Mon. Nov 30th, 2020

ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସ ବଜାରକୁ ଛାଡ଼ିଲା ‘ଉତ୍କଳ’ କଲେକ୍ସନ୍

1 min read
Spread the love

ନୂଆଦିଲ୍ଲୀ: ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରି ବ୍ରାଣ୍ଡ୍ ପାର୍ବଣ ଅବସରରେ ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ଉତ୍କଳ’ର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ ପ୍ରସ୍ତୁତ କରାଯାଇଛି।

ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ, ମୁକ୍ତେଶ୍ୱର ମନ୍ଦିର କଳା, ପୁରୀ ଜଗନ୍ନାଥ ମନ୍ଦିର କଳା, ସିନ୍ଥି ନୃତ୍ୟ କଳା, ବୋଇତ ବନ୍ଦାଣ ନୌବାଣିଜ୍ୟ ପରମ୍ପରା ଓ ଆକର୍ଷଣୀୟ ପଟ୍ଟଚିତ୍ର କଳା । ଓଡ଼ିଶାର ଏହି ଏତିହ୍ୟ ସମ୍ପନ୍ନ କଳାସଂସ୍କୃତିର ଚିହ୍ନ ଗ୍ରାହକମାନେ ସୁନା ଓ ହୀରାର ସୁନ୍ଦର ନେକ୍‌ଲେସ, ଇୟରିଂ ଆଦି ମାଧ୍ୟମରେ ପାଇପାରିବେ । ବିଭିନ୍ନ ଉତ୍ସବ ଓ ଅବସର ପାଇଁ ମନପସନ୍ଦ ଚୋକର ସେଟ୍ ଠାରୁ ଆରମ୍ଭ କରି ଛୋଟ ନେକ୍‌ଲେସ୍ ଓ ଆକର୍ଷଣୀୟ ସୁଦୀର୍ଘ ନେକଲେସ୍ ସେଟ୍ ସମେତ ବିବିଧ ଓ ବ୍ୟାପକ ଡିଜାଇନ୍‌ର ଅଳଙ୍କାର ବିଭିନ୍ନ ବଜେଟରେ ଉପଲବ୍ଧ ରହିଛି । ଏହି ଗୋଲ୍ଡ କଲେକ୍ସନର ଡିଜାଇନ୍ ୨୨ କ୍ୟାରେଟ୍ ଗୋଲ୍ଡରେ ପ୍ରସ୍ତୁତ ଓ ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ସୁନ୍ଦର ମନ୍ଦିର ଶୈଳୀର ଅଳଙ୍କାର, ଆଂଟିକ୍ ଓ ୟେଲୋ ଗୋଲ୍ଡ ଫିନିସ୍ ଅଳଙ୍କାର ତଥା ସୁନ୍ଦର ତାରକସି ଷ୍ଟାଇଲ୍ ଅଳଙ୍କାର ଗୋଲ୍ଡ ଓ ଆଂଟିକ୍ ଫିନିସ୍ ସହିତ । ସେହିଭଳି ୧୮ କ୍ୟାରେଟ୍ ସୁନାରେ ଖଚିତ ଡାଏମଣ୍ଡ ବା ହୀରା ସେଟ୍ ପାର୍ବଣ ଓ ଏହିପରି ସମୟ ପାଇଁ ବେଶ୍ ଉପଯୁକ୍ତ ଅଟେ । ଉତ୍କଳ କଲେକ୍ସନର ବିଭିନ୍ନ ଡିଜାଇନ୍ ସମ୍ଭାରକୁ https://youtu.be/ioFuUaHX8Ck ରେ ଦେଖାଯାଇପାରିବ ।