ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ଅବସରରେ ‘ଗାନ୍ଧୀଜି ନୂଆ କ’ଣ କରିଛନ୍ତି’ ଏହାର ଏକ ଆଲୋଚନା ଚକ୍ର ଆଜି ପଠାଣି ସାମନ୍ତ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଆମ ପାଇଁ ବଡ଼-ଆମ ନୟାଗଡ଼ ସୌଜନ୍ୟରେ ଭରପୁର ଜନ ସାଧାରଣଙ୍କ ଉପସ୍ଥିତିରେ ଗାନ୍ଧୀଜିଙ୍କ ନିତି ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା । ଅତିଥି ଭାବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗ ଦେଇ ଗାନ୍ଧିଙ୍କ ନିତି ଆଦର୍ଶ ଉପରେ ଆଲୋକ ପାତ କରିଥିଲେ । ଆଜିର ଅନେକ ଜନ ସାଧାରଣ, ଅନେକ ବ୍ୟକ୍ତି ଗାନ୍ଧିଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ରହିଥିବା ବେଳେ କିଛି ବ୍ୟକ୍ତି ଗାନ୍ଧିଙ୍କ ନିତି ନିୟମକୁ ପଥ ଭ୍ରଷ୍ଟ କରୁଛନ୍ତି । ଯାହାକି ଆଜିର କୋମଳମତି ପିଲା ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଗାନ୍ଧି ଚାହୁଁ ନଥିଲେ ବ୍ୟକ୍ତିଗତ ସ୍ୱାର୍ଥ, କିନ୍ତୁ ଆଜିକାର ସମାଜର କିଛି ବ୍ୟକ୍ତି ପଥଭ୍ରଷ୍ଟ କରି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜନସାଧାରଣଙ୍କୁ ପଥ ଭ୍ରଷ୍ଟ କରୁଛନ୍ତି । ଯାତି, ଧର୍ମ ଓ ଭାଷା ଉପରେ ରାଜନିତି କରଣ କରାଯାଉଛି କିନ୍ତୁ ଗାନ୍ଧି ଯାହା ଚାହୁଁଥିଲେ ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଗାନ୍ଧି ଚାହୁଁଥିଲେ ପ୍ରତ୍ୟେକ ବ୍ୟକ୍ତିର ଅବଦାନ ସମାଜ ପ୍ରତି ରହୁ । ପ୍ରତ୍ୟେକ ବ୍ୟକ୍ତିର ସମାଜ ପ୍ରତି ଅବଦାନ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ ପ୍ରକାଶ କରିଥିଲେ । ଆଜିକାର ଦିନରେ ନୁତନ ପିଢ଼ିଙ୍କୁ ଇତିହାସ, ପୁରାଣ ଶାସ୍ତ୍ର ଉପରେ କୌଣସି ନିତିଶିକ୍ଷା ଦିଆଯାଉ ନାହିଁ ବରଂ ଦେଶ କିପରି ନଷ୍ଟ ଭ୍ରଷ୍ଟ ହେବ ଏହା ଉପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଉଛି । ଗାନ୍ଧିବାଦକୁ ବିଲୁପ୍ତ କରିବା ପାଇଁ କିଛି ମୁଷ୍ଟିମେୟ ବ୍ୟକ୍ତି ଚେଷ୍ଟା କରୁଛନ୍ତି । ହେଲେ ସେଥିରେ ସେମାନେ ସଫଳ ହେବେ ନାହିଁ । ଗାନ୍ଧି ମରି ନାହିଁ କିମ୍ବା ଲଢ଼େଇ ସରିନାହିଁ । ଆଜିର ସମାଜରେ ବି ଗାନ୍ଧି ନିତି ଆଦର୍ଶରେ ଅନେକ ଯୁବ, ଛାତ୍ର, ମହିଳା, ସମାଜ ସେବୀ, ବୁଦ୍ଧିଜୀବି ଆଗେଇ ଆସିଲେଣି । ଦିନେନା ଦିନେ ଗାନ୍ଧିଙ୍କର ନିତି ଆଦର୍ଶ ପୁଣି ସାରା ପୃଥିବୀରେ ପ୍ରତିଫଳିତ ହେବ ।
Source: https://www.baghuabarta.com/gandhi-meeting-2/