Fri. Mar 29th, 2024

କଂଗ୍ରେସ ଭବନରେ ଜଗତ୍‌ସିଂହପୁରରୁ ଆସିଥିବା ୨ ଗୋଷ୍ଠୀ ମୁହାଁମୁହିଁ

1 min read
Spread the love

ଭୁବନେଶ୍ବର: ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ। ଆଜି କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଭବନରେ ଆଜି ଦିନ ୧୧ଟା ବେଳେ ଓବିସି ସେଲର ବୈଠକ ବସିବାର ଥିଲା । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏହି ବୈଠକ ଡାକିଥିଲେ । ଏଥିରେ ଦଳର ବରିଷ୍ଠ ନେତା ଯୋଗଦେବାର ଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ତେବେ ବୈଠକକୁ ନେଇ ଜଗତସିଂହପୁରରୁ ଆସିଥିବା କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଥିଲେ, ନିର୍ବାଚନ ସମୟରେ ବିଷ୍ଣୁ ବାରିକ ବିଜେଡି ପାଇଁ ପୂର୍ବରୁ କାମ କରିଥିଲେ । ତେଣୁ ସେ କିଭଳି ବୈଠକ ଡାକିପାରିବେ । ଗୋଟିଏ ଗୋଷ୍ଠୀ ବିଷ୍ଣୁ ବାରିକଙ୍କୁ ଏକ କୋଠରୀ ଭିତରେ ଗୋଟିଏ ଗୋଷ୍ଠୀ ପୂରାଇ ବାହାରୁ କବାଟ ଦେଇ ଦେଇଥିଲେ । ଭଙ୍ଗାରୁଜା ମଧ୍ୟ ହୋଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ଓ ଗୋଇଠା ମରାମରି ବି ହୋଇଥିଲା । ବିଷ୍ଣୁ ବାରିକଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ସୁର ରାଉତରାୟ ବୁଝାସୁଝା କରିଥିଲେ ବି କିଛି ଫଳ ମିଳିନଥିଲା । କଂଗ୍ରେସ ଭବନ ଭିତରେ ଠେଲାପେଲା ହୋଇଥିଲା । ଗୋଟିଏ ଗୋଷ୍ଠୀ ଦଳର ପୋଷ୍ଟର ମଧ୍ୟ ଚିରିଥିଲେ। ପରେ ପିସିସି ସଭାପତି ଉଭୟ ଗୋଷ୍ଠୀଙ୍କୁ ଡାକି ବୈଠକ କରିଛନ୍ତି । ଘଟଣାର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି।

Copyright © All rights reserved.