Thu. Apr 25th, 2024

ନଡ଼ିଆ ଷଢ଼େଇକୁ ୧୪୦୦ଟଙ୍କାରେ ବିକୁଛି ଆମାଜନ୍‌

1 min read
Spread the love

ନୂଆଦିଲ୍ଲୀ : ଭାରତରେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ଗୁଡ଼ିକ କିଛି ବର୍ଷ ମଧ୍ୟରେ କିଣାକିଣି ପାଇଁ ଏକ ବଡ଼ ବଜାର ପାଲଟିଛି । ସମୟ ଅଭାବ ପାଇଁ ଲୋକମାନେ ବଜାରକୁ ନ ଯାଇ ଅନ୍‌ଲାଇନ୍‌ରେ ଜିନିଷ କିଣୁଛନ୍ତି। ଘରକରଣାଠାରୁ ଆରମ୍ଭ କରିବା ଖାଇବା ପର୍ଯ୍ୟନ୍ତ ସବୁ କିଛି ଲୋକମାନେ ଅନ୍‌ଲାଇନ୍‌ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ଲୋକମାନେ ଅନ୍‌ଲାଇନ୍‌ ଜିନିଷ ଅର୍ଡ଼ର କରି ଠକାମିର ଶିକାର ହୋଇଥାନ୍ତି । ଗୋଟେ ଜିନିଷ ଅର୍ଡ଼ର କରିଥିଲେ ସେମାନଙ୍କୁ ଆଉ ଗୋଟେ ଜିନିଷ ମିଳିଥାଏ । ଏହା ସହ ବେଳେ ବେଳେ ଗ୍ରାହକଙ୍କୁ ଭ୍ରମିତ କରିବା ପାଇଁ ଅନ୍‌ଲାଇନ୍‌ ସାଇଟ୍‌ରେ ବିଚିତ୍ର ଜିନିଷର ବିକ୍ରି ଆରମ୍ଭ କରି ଦିଆ ଯାଇଥାଏ । ଏବେ ଆମାଜନ ନିଜ ସାଇଟ୍‌ରେ ନଡ଼ିଆ ଷଢ଼େଇ ବିକ୍ରି କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

ଦୁନିଆର ସବୁଠାରୁ ବଡ଼ ଇ-କର୍ମସ କମ୍ପାନୀ ଆମାଜନ ନଡ଼ିଆ ଷଢ଼େଇକୁ ୧୪୦୦ଟଙ୍କାରେ ବିକୁଥିବା ଦେଖି ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ଏଭଳି ଖବରକୁ ଲୋକମାନେ ବିଶ୍ୱାସ କରିପାରୁ ନଥିବା ବେଳେ ଏହା ସତ ବୋଲି ଜଣାପଡ଼ିଛି । ଆମାଜନ ୧୩୬୫ଟଙ୍କାରେ ନଡ଼ିଆ ଷଢ଼େଇକୁ ବିକ୍ରି କରୁଛି । େଓ୍ଵବ୍‌ସାଇଟ୍‌ରେ ନଡ଼ିଆ ଷଢ଼େଇକୁ ସେଞ୍ଚୁରୀ ନୋବଲ୍ଟୀ ନାମକ ଜଣେ ବ୍ୟକ୍ତି ବିକୁଥିବା ଜଣା ପଡ଼ିଛି । ଏହା ସହ ଏହାକୁ କିଣିବା ପାଇଁ ଇଏମ୍‌ଆଇର ମଧ୍ୟ ସୁବିଧା ଦିଆ ଯାଇଥିବା ଦେଖା ଯାଇଛି ।

Leave a Reply

Your email address will not be published.

Copyright © All rights reserved.