Sat. Feb 28th, 2026

ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କଲେ ଆତ୍ମନିର୍ଭର ଭାରତ ୩.୦ : କରୋନା ପରବର୍ତ୍ତୀ ପରିସ୍ଥିତିରେ ନିଯୁକ୍ତି ସୁଯୋଗ ସୃଷ୍ଟି ଅନ୍ୟତମ ଲକ୍ଷ୍ୟ

1 min read
Spread the love

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ୩.୦ ଅନ୍ତର୍ଗତ ଏକ ଉତ୍ସାହମୂଳକ ପ୍ୟାକେଜ ଘୋଷଣା କରିଛନ୍ତି । ଦେଶରେ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏବଂ ଆତ୍ମନିର୍ଭର ଭାରତ ଯୋଜନା ଜରିଆରେ ରୋଜଗାରକୁ ସଶକ୍ତ କରିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଉତ୍ସାହମୂଳକ ପ୍ୟାକେଜ ଅଧିନରେ ୧୨ଟି ପଦକ୍ଷେପ ନିଆଯାଉଛି।

ଗୁରୁବାର ଆତ୍ମନିର୍ଭର ଭାରତ ୩.୦ ରୋଜଗାର ଯୋଜନା ଘୋଷଣା କରି ସେ କହିଛନ୍ତି, ଏହି ଯୋଜନା କୋଭିଡ -୧୯ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଉତ୍ସାହିତ କରିବ। ଇପିଏଫ୍ଓ ପଞ୍ଜୀକୃତ ପ୍ରତିଷ୍ଠାନରେ ମାସିକ ବେତନ ୧୫,୦୦୦ରୁ କମ୍ ବେତନ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ। ଏହି ବର୍ଗର ନୂତନ କର୍ମଚାରୀଙ୍କ ଲାଗି ଇପିଏଫ୍ ଭରିବେ କେନ୍ଦ୍ର ସରକାର। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଗତ ଅକ୍ଟୋବର ପହିଲାଠାରୁ କାର୍ଯ୍ୟକାରୀ ହେବ। ଏହି ସୁବିଧା ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ହେବ।ସେ ଅର୍ଥନୀତିର ସ୍ଥିତି ମଧ୍ୟ ଉପସ୍ଥାପନ କରି କହିଛନ୍ତି ଯେ ଦେଶରେ ବର୍ତ୍ତମାନ ସକ୍ରିୟ ପୁନରୁଦ୍ଧାର ଘଟୁଛି। କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଏକ ପ୍ୟାନେଲ୍ ଭାରତୀୟ ଅର୍ଥନୀତି ଉପରେ ମତ ଦେଇଥିଲେ ଯେ ଭାରତ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି। ମାତ୍ର ଅର୍ଥମନ୍ତ୍ରୀ ସୀତାରମଣ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ବଜାରରେ କାରବାର ବହୁ ଉଚ୍ଚତାରେ ପହଞ୍ଚିଛି ଏବଂ ବୈଦେଶିକ ଅର୍ଥ ଭଣ୍ଡାର ୫୬୦ ବିଲିୟନ ଡ଼ଲାର ଛୁଇଁଛି। ଏପରି ସ୍ଥଳେ ମାନ୍ଦାବସ୍ଥା ଜାରି ରହିବା କଥାଟି ଠିକ ନୁହେଁ।କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି ମଧ୍ୟ କହିଛନ୍ତି, ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି । ନିବେଶରେ ବି ଭଲ ପ୍ରଗତି ହୋଇଛି । ଅନ୍ତର୍ଜାତୀୟ ରେଟିଂ ସଂସ୍ଥାମାନେ ବି ବି ଦର୍ଶାଇଛନ୍ତି ଯେ, ଦେଶର ଜିଡିପିରେ ସୁଧାର ଆସିଛି । ବିଦେଶୀ ମୁଦ୍ର ଭଣ୍ଡାରରେ ବି ଭଲ ବୃଦ୍ଧି ଘଟିଛି । ବ୍ୟାଙ୍କ ଗୁଡିକର କ୍ରେଡିଟ୍ ଗ୍ରୋଥ ବି ବଢିଛି ବୋଲି ସୀତାରମଣ କହିଛନ୍ତି ୱାନ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି । ୬୮. ୬ କୋଟି ଲୋକ ଏଥିରୁ ଉପକୃତ ହୋଇଛନ୍ତି । ଭାରତର ଯେକୌଣସି ସ୍ଥାନରୁ ରାସନ୍ କିଣିପାରୁଛନ୍ତି ପ୍ରବାସୀ ଶ୍ରମିକ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୨୬.୬୨ ଲକ୍ଷ ଆବେଦନ ଆସିଛି । ୧୩.୭୮ ଲକ୍ଷ ଋଣ ଆବେଦନ ଅନୁମୋଦିତ ହୋଇଛି । ଏଥିପାଇଁ ୧୩୭୩,୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । କିଷାନ୍ କ୍ରେଡିଟ୍ କାର୍ଡ ଲାଗି ୧୮୩.୧୪ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି । ୧୫୭.୪୪ ଲକ୍ଷ ଯୋଗ୍ୟ ଚାଷୀଙ୍କ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ ଜାରି ହୋଇଛି । ଏଥିପାଇଁ ୨ଟି ପର୍ଯ୍ୟାୟରେ ୧, ୪୩, ୨୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

Copyright © All rights reserved.