Mon. May 13th, 2024

ପ୍ରେମିକଙ୍କୁ ବିବାହ କରିବାକୁ ଯାଇ ଗିରଫ ହେଲେ ଅଭିନେତ୍ରୀ

1 min read
Spread the love

ଅଭିନେତ୍ରୀ, ମଡ଼େଲ ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋଫିଆ ହୟାତ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରତିଥର ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ନିକଟରେ ସୋସିଆଲ ମିଡିଆରେ ସୋଫିଆ ଏକ ଭିଡିଓ ପୋଷ୍ଟ କରି କାନ୍ଦିକାନ୍ଦି ଦୁବାଇରେ ତାଙ୍କ ସହ କ’ଣ ଘଟିଛି ତାହାକୁ ବଖାଣୁଥିବା ଶୁଣିବାକୁ ମିଳିଛି।

ଏହି ଭିଡିଓରେ ସୋଫିଆ କହୁଛନ୍ତି, ‘ମୋର ପୂର୍ବତନ ପ୍ରେମିକା ମୁବାରକ ଆଇସା ମୁବାରକ ମହମ୍ମଦ ଅଲ ମେରାଖୀଙ୍କୁ ଭେଟିବା ଏବଂ ବିବାହ କରିବା ପାଇଁ ଦୁବାଇ ଯାଇଥିଲି। ମୁଁ କିଛି ବୁଝିବା ପୂର୍ବରୁ ଦୁବାଇ ବିମାନବନ୍ଦରରୁ ପୁଲିସ ମୋତେ ଗିରଫ କରି ନେଇଥିଲା।

ଗିରଫ କରି ପୁଲିସ ମୋତେ ୨ମାସ ପର୍ଯ୍ୟନ୍ତ ଜେଲରେ ରଖିଥିଲା। ସେଠାରେ ଜଣେ ପୁଲିସ ଅଧିକାରୀ ଆଉ ଜଣଙ୍କୁ କହୁଥିଲେ କି ମୁଁ କାଳେ ଜଣେ ବ୍ୟକ୍ତିଙ୍କୁ ଠାରୁ ଭାରତୀୟ ମୁଦ୍ରାରେ ୫ଲକ୍ଷ ୩୨ହଜାର ଟଙ୍କାର ଜୋରଜବରଦସ୍ତ ଲୁଟି ଆଣିଛି। ଆଉ ତାଙ୍କୁ ସେକ୍ସ ଭିଡିଓ ଭାଇରାଲ କରିଦେବି ବୋଲି ଧମକ ଦେଉଛି। କିନ୍ତୁ ଘଟଣା ସମ୍ପୂର୍ଣ୍ଣ ଭାବେ ଓଲଟା।

ମୋ ଠାରୁ ପୂର୍ବତନ ପ୍ରେମିକା ମୁବାରକ ଆଇସା ମୁବାରକ ମହମ୍ମଦ ଅଲ ମେରାଖୀ ୫ଲକ୍ଷ ୩୨ହଜାର ଟଙ୍କା ନେଇଥିଲେ। ମୁଁ ତାଙ୍କୁ ଏହି ଟଙ୍କା ମାଗିବାରୁ ସେ ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ପୁଲିସରେ ମୋ ନାମରେ ମିଥ୍ୟା ଅଭିଯୋଗ କରିଥିଲେ। ଯାହାଫଳରେ ପୁଲିସ ତଦନ୍ତ ନକରି ମୋତେ ଗିରଫ କରି ନେଇଥିଲା।

Copyright © All rights reserved.