Sat. Feb 28th, 2026

ଆସିଲା ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ

1 min read
Spread the love

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ୍ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ମଙ୍ଗଳବାର ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଚନା ଚାଲୁଥିବା ବେଳେ ଏବେ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି | ରିପୋର୍ଟରେ ପୀଡ଼ିତାଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଥିବା ସହ ହତ୍ୟା କରିବା ପାଇଁ ତାଙ୍କ ବେକକୁ ବାରମ୍ବାର ଅଭିଯୁକ୍ତମାନେ ଚିପିବାକୁ ଚେଷ୍ଟା କରିଥିବା ଜଣା ପଡିଛି | ଏହା ସହ ବେକରେ ଅନେକ ଆଘାତ ଥିବା ଡାକ୍ତର କହିଛନ୍ତି |

ସଫଦରଜଙ୍ଗ ହସ୍ପିଟାଲ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ପୀଡିତାଙ୍କ ମୃତ୍ୟୁର ମୁଖ୍ୟ କାରଣ କେବଳ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ। ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ କେବଳ ଥରେ ନୁହେଁ ଅନେକ ଥର ପୀଡ଼ିତାଙ୍କ ବେକ ଚିପିବାକୁ ଚେଷ୍ଟା କରାଯାଇଛି। ପୀଡିତା ନିଜକୁ ବଞ୍ଚାଇବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, ଯେଉଁ କାରଣରୁ ତାଙ୍କ ବେକର ହାଡ ମଧ୍ୟ ଭାଙ୍ଗି ଯାଇଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହା ପରେ ମୃତ୍ୟୁର କାରଣ କ’ଣ ତାହା ନିଶ୍ଚିତ ହେବ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।

Copyright © All rights reserved.