Fri. Apr 17th, 2026

ଆହାର ଯୋଜନା ପାଇଁ ଓଏମ୍‌ସି ଦେଲା ୨୦ କୋଟି

1 min read
Spread the love

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଆହାର ଯୋଜନା ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ୨୦ କୋଟି ଟଙ୍କା ପ୍ରଦାନ କରିଛି। ଏ ବାବଦ ରାଶିକୁ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗତ ୧୬ ତାରିଖରେ ପ୍ରଦାନ କରାଯାଇଛି। ଆହାର ଯୋଜନାରେ ଗରିବ ଲୋକଙ୍କୁ ୫ ଟଙ୍କାରେ ବିଭିନ୍ନ ସହରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦୧୫ ଏପ୍ରିଲ ପହିଲାରେ ଉତ୍କଳ ଦିବସ ଅବସରରେ ଏହି ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ଏକ ଦାୟିତ୍ବ ସମ୍ପନ୍ନ ରାଷ୍ଟ୍ରାୟତ୍ତ ନିଗମ ଭାବେ ଓଏମ୍‌ସିର ଏହି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ଓଏମ୍‌ସିର ସହଯୋଗ ଆହାର କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଇଛି।

Copyright © All rights reserved.