Wed. Apr 15th, 2026

ଉପନିର୍ବାଚନ ପାଇଁ ବିଜେପିର ୩୯ ଜଣିଆ କମିଟି

1 min read
Spread the love

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଦୁଇଟି କମିଟି ଗଠନ କରାଯାଇଛି। ବାଲେଶ୍ବର ପାଇଁ ୧୬ ଜଣ ଓ ତିର୍ତ୍ତୋଲ ପାଇଁ ୨୩ ଜଣଙ୍କ ନାମ ଏହି କମିଟିରେ ରହିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ନାମ ଚୂଡ଼ାନ୍ତ ହୋଇଛି ବୋଲି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।ବାଲେଶ୍ବର ପାଇଁ କମିଟିରେ ସ୍ଥାନ ପାଇଥିବା ନେତାମାନେ ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମନମୋହନ ସାମଲ, ବିଶ୍ବେଶ୍ବର ଟୁଡୁ, ଗୋଲକ ମହାପାତ୍ର, ବିଷ୍ଣୁ ସେଠୀ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟ ନାରାୟଣ ମହାନ୍ତି, ମୋହନ ମାଝୀ, ସୁକାନ୍ତ ନାୟକ, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ସ୍ମୃତି ପଟ୍ଟନାୟକ, ଗୋବିନ୍ଦ ଦାଶ, ଅଜୟ କୁମାର ମିଶ୍ର ଓ ଉମାକାନ୍ତ ମହାପାତ୍ର।

ଅପରାଜିତା ଷଡ଼ଙ୍ଗୀ, ସମୀର ଦେ, ନୟନ ମହାନ୍ତି, ପ୍ରକାଶ ମିଶ୍ର, ଭୃଗୁ ବକ୍ସିପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ପ୍ରଭାତି ପରିଡ଼ା, ଇରାଶିଷ ଆଚାର୍ଯ୍ୟ, ସାରଦା ପ୍ରଧାନ, ବିଭୁ ତରାଇ, ଭୁବନ ମୋହନ ଜେନା, ପ୍ରକାଶ ବେହେରା, ଅମର ନାୟକ, ଦିଲ୍ଲୀପ ମଲ୍ଲିକ, ସତ୍ୟବ୍ରତ ମହାପାତ୍ର, ପ୍ରଦୀପ ବଳସାମନ୍ତ, ବାବୁ ସିଂହ, ଆଶ୍ରିତ ପଟ୍ଟନାୟକ, ଅଲେଖ ଜେନା, ଗୋକୁଳାନନ୍ଦ ମଲ୍ଲିକ ଓ ପ୍ରଦୀପ ପଟ୍ଟନାୟକ।

Copyright © All rights reserved.