Sun. Jan 18th, 2026

ଉପନିର୍ବାଚନ: ବଢ଼ିଲା ତିର୍ତ୍ତୋଲ ଓ ବାଲେଶ୍ୱର ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା

1 min read
Spread the love

ଭୁବନେଶ୍ୱର: କୋଭିଡ୍‌- ୧୯ ମହାମାରୀ ମଧ୍ୟରେ ରାଜ୍ୟ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର ସୀମା (ସିଲିଂ)କୁ ୧୦% ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗର ସୁପାରିସ୍‌ ଆଧାରରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିବା ପରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଫଳରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ବାବଦରେ ସର୍ବାଧିକ ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

ପୂର୍ବରୁ ଏହା ୨୮ ଲକ୍ଷରେ ସୀମିତ ଥିଲା।ଉଲ୍ଲେଖଯୋଗ୍ୟ, କୋଭିଡ ମହାମାରୀ ସମୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ୧୦% ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ସୁପାରିସ୍‌ କରିଥିଲେ। ମହାମାରୀ ମଧ୍ୟରେ ରାଲି ଆୟୋଜନ କରିବା ସହିତ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ପ୍ରକାରର କୋଭିଡ୍‌-୧୯ ପ୍ରତିବନ୍ଧକ ମଧ୍ୟରେ ପ୍ରାର୍ଥୀମାନେ ପ୍ରଚାରରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଧ୍ୟାନରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୁପାରିସ୍‌ କରା ଯାଇଥିଲା।ଏହି ନୂତନ ନିଷ୍ପତ୍ତି ଫଳରେ ଏବେ ରାଜ୍ୟର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ତାଙ୍କର ନିର୍ବାଚନ ଖର୍ଚ୍ଚ ବାବଦରେ ସର୍ବାଧିକ ୩୦.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ୨୮ ଲକ୍ଷରେ ସୀମିତ ଥିଲା।

Copyright © All rights reserved.