Tue. Jan 13th, 2026

ଏହି କାରଣ ପାଇଁ ପରସ୍ପର ସହ ଫିଲ୍ମରେ କାମ କରିପାରିନାହାନ୍ତି ଗୋବିନ୍ଦା ଏବଂ କା‌ଜଲ

1 min read
Spread the love

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ୯୦ଦଶକରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ଏବେ ମଧ୍ୟ ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି। ବଲିିଉଡକୁ ବଡ଼ ବଡ଼ ହିଟ୍ ଦେବା ସହ ମନେ ରହିବା ଭଳି ଚରିତ୍ରରେ ନଜର ଆସିଛନ୍ତି। ନିକଟରେ କାଜୋଲଙ୍କ ଚଳଚ୍ଚିତ୍ର ‘ତ୍ରିଭଙ୍ଗ’ ରିଲିଜ ହୋଇଛି, ଯେଉଁଥିରେ ତାଙ୍କ ଚରିତ୍ରକୁ ଲୋକେ ପସନ୍ଦ କରୁଛନ୍ତି। ତେବେ ଦେଖିବାକୁ ଗଲେ କାଜୋଲ ପ୍ରାୟ ସମସ୍ତ ବଲିଉଡ ତାରକାଙ୍କ ସହ କାମ କରିଛନ୍ତି, କିନ୍ତୁ ତାଙ୍କ ଯୋଡି ସୁପରଷ୍ଟାର ଗୋବିନ୍ଦାଙ୍କ ସହ କେବେ ହୋଇନାହିଁ।

ଏ ନେଇ କଜୋଲଙ୍କୁ ପଚରାଯିବା ପରେ ସେ କହିଛନ୍ତି, ଆମେ ଜଙ୍ଗଲି ନାମକ ଏକ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲୁ, ଯାହାର ନିର୍ଦ୍ଦେଶନା ରାହୁଲ ରୱେଲ ଦେବାର ଥିଲା। ଏହି ଚଳଚ୍ଚିତ୍ର ପାଇଁ ଏକ ଫଟୋସୁଟ୍ ମଧ୍ୟ କରାଯାଇଥିଲା, କିନ୍ତୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଅଟକି ଯାଇଥିଲା। ଫଟୋସୁଟ ବ୍ୟତୀତ ଆମେ ଫିଲ୍ମ ପାଇଁ ସୁଟିଂ କରିନାହୁଁ, କିନ୍ତୁ ମୁଁ କହିବାକୁ ଚାହେଁ ଗୋବିନ୍ଦା ଜଣେ ବହୁତ ଭଲ ଅଭିନେତା। ମୁଁ ସବୁବେଳେ କହିଛି ଯେ, ଲୋକଙ୍କୁ ହସାଇବା ଅତ୍ୟନ୍ତ କଷ୍ଟକର ଏବଂ ଗୋବିନ୍ଦା ସେହି କାମକୁ ଭଲ ଭାବରେ କରିପାରନ୍ତି।

Copyright © All rights reserved.