Wed. Jan 14th, 2026

ଓଡ଼ିଶା ଫେରିଲେ ନବୀନ: ଭବ୍ୟ ସମ୍ବର୍ଦ୍ଧନା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

1 min read
Spread the love

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଜନସେବାରେ ନବୀନ ୨୫ ବର୍ଷ ପୂରଣ କରିଛନ୍ତି। ଏହାସହ ନବୀନଙ୍କୁ ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଲାଇଫଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସବୁ ନିର୍ବାଚନମଣ୍ଡଳୀରୁ ୫୦ ହଜାର କର୍ମୀ ଆସିଛନ୍ତି । ନୃତ୍ୟ, ଗୀତ, ପାରମ୍ପରିକ ବାଦ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି।

Copyright © All rights reserved.