Wed. Jan 14th, 2026

ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

1 min read
Spread the love

ଭୁବନେଶ୍ବର: ମଙ୍ଗଳବାର ଦିନ ଭାରତ ସରକାର ଓଡ଼ିଶାର କାର୍ଯ୍ୟରତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି।

ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କୁ ଅଗଷ୍ଟ ୧୦ ତାରିଖରେ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଥିଲେ। ଭାରତ ସରକାର ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରି କାଳ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି।

ପରିବର୍ଦ୍ଧିତ ସମୟ ଅନୁସାରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ମହାପାତ୍ର ୨୦୨୨ ସେପ୍ଟେମ୍ବର ପହିଲାରୁ ୨୦୨୩ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ ରହିବେ।

Copyright © All rights reserved.