Sun. Apr 19th, 2026

କମୁଛି କରୋନା ସଂକ୍ରମଣ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୪ ଆକ୍ରାନ୍ତ ଚିହ୍ନଟ

1 min read
Spread the love

ନୂଆଦିଲ୍ଲୀ: ଧୀରେ ଧୀରେ କମ୍‌ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ୨୯ ହଜାର ୧୬୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ସମୁୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାର ୫୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୪୯ ଜଣଙ୍କର କରୋନାରେ ମୃତ୍ୟୁ ଘଟି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୫୧୯ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।ଏବେ ସକ୍ରିୟ ଅଛନ୍ତି ୪ ଲକ୍ଷ ୫୩ ହଜାର ୪୦୧ ଜଣ ଆକ୍ରାନ୍ତ। ସୁସ୍ଥ ହୋଇ ସାରିଲେଣି ୮୨ ଲକ୍ଷ ୯୦ ହଜାର ୩୭୧ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୯୧ ଜଣ ସୁସ୍ଥ ହୋଇଛନ୍ତି।ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୪୪ ହଜାର ୩୮୨ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୨ କୋଟି ୬୫ ଲକ୍ଷ ୪୨ ହଜାର ୯୦୭ କରୋନା ନମୁନା ପରୀକ୍ଷା ହୋଇ ସାରିଲାଣି।

Copyright © All rights reserved.