Sat. Feb 28th, 2026

କରୋନା ଟିକାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଅଖିଳେଶ ଯାଦବ

1 min read
Spread the love

ନୂଆଦିଲ୍ଳୀ: ମାଗଣାରେ ଭାରତୀୟମାନଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ଅଖିଳେଶ ଯାଦବ କହିଛନ୍ତି କି ଆମେ ବିଜେପି ଟିକା ନେବୁ ନାହିଁ। ଏହି ଟିକା ବିଜେପି ଭଳି ନକଲି ବୋଲି ସେ ଟିପ୍ପଣୀ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ଅଖିଳେଶ ଯାଦବ କହିଛନ୍ତି, ‘‘ମୁଁ ବର୍ତ୍ତମାନ ଟିକା ନେବିନାହିଁ। ମୁଁ କିପରି ବିଜେପିର ଟିକାକୁ ବିଶ୍ବାସ କରିପାରିବି? ଯେତେବେଳେ ଆମ ସରକାର ଗଠନ ହେବ, ସମସ୍ତେ ମାଗଣା ଟିକା ପାଇବେ। ଆମେ ବିଜେପିର ଟିକା ନେଇ ପାରିବୁ ନାହିଁ।’’

ଏହାକୁ ନେଇ ଏବେ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇଛି । ଉତ୍ତରପ୍ରଦେଶର ଜଣେ ବରିଷ୍ଟ ବିଜେପି ନେତା ଅଖିଳେଶଙ୍କ ବୟାନ ଉପରେ କହିଛନ୍ତି କି ଭାଇରସ୍ ତୁମର ହୋଇପାରେ କିନ୍ତୁ ଟିକା ଆମର ନୁହେଁ । ଦେଶର ବୈଜ୍ଞାନିକମାନେ ଫାର୍ମାସ୍ୟୁଟିକାଲ କମ୍ପାନି ସହାୟତାରେ ଏହାକୁ ପ୍ରସ୍ତୁତ କରିଛନ୍ତି । ତେଣୁ ଟିକା କେବଳ ବିଜେପି ମନ୍ତ୍ରୀମାନଙ୍କ ସହାୟତା ଓ ଦୃଢମନୋବଳ ଯୋଗୁଁ ଖୁବ ଶୀଘ୍ର ପ୍ରସ୍ତୁତ ହୋଇପାରିଛି । ତେଣୁ ଏହାକୁ ଅଖିଳେଶ କିମ୍ବା ତାଙ୍କ ପରିବାର ବ୍ୟବହାର ଲାଗି ନା କରିପାରନ୍ତି। ହେଲେ ରାଜ୍ୟର ଲୋକଙ୍କୁ କରୋନା ଟିକାରୁ ବଞ୍ଚିତ କରିବାକୁ ତାଙ୍କର କୌଣସି ଅଧିକାର ନାହିଁ । ଅନ୍ୟପଟେ ଅଳ୍ପଦିନ ପରେ ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏଭଳି ଏକ ଦାୟିତ୍ୱହୀନ ମନ୍ତ୍ରବ୍ୟ ଦେଇ ଅଖିଳେଶ ତାଙ୍କ ରାଜନୈତିକ ବରିଷ୍ଠତାକୁ କ୍ଷତି ପହଂଚାଉଛନ୍ତି ।

Copyright © All rights reserved.