Thu. Mar 5th, 2026

କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ

1 min read
Spread the love

ଝାରସୁଗୁଡ଼ା: କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ଦେବା ପରେ ଏବେ ସେ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି। ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁପ ସାଏଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଥିବା କୁହାଯାଉଛି। ଅନୁପ ସାଏଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ହେତୁ ତାଙ୍କୁ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଥିଲେ। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ରାୟଗଡ଼ ଜେଏମଏଫସି ଦିଗବିଜୟ ସିଂହଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ। ଅଭିଯୁକ୍ତ ଅନୁପ ସାଏଙ୍କୁ ରାୟଗଡ଼ ଜେଲକୁ ପଠାଇ ଦେଇଥିଲେ।

Copyright © All rights reserved.