Tue. Jun 24th, 2025

କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ପାର୍ଥିବ ପଟେଲ, ସୋସିଆଲ୍‌ ମିଡିଆରେ ଦେଲେ ସୂଚନା

1 min read
Spread the love

ନୂଆଦିଲ୍ଲୀ: କ୍ରିିକେଟ୍‌ରୁ ସନ୍ନ୍ୟାସ ନେଉଛନ୍ତି ବୋଲି ଘୋଷଣା କରିଛନ୍ତି ୱିକେଟ୍ କିପର ପାର୍ଥିବ ପଟେଲ। ବୁଧବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ଖେଳାଳି ନିଜର ଅବସର ନେବା ସଂପର୍କରେ ଘୋଷଣା କରିଛନ୍ତି। ସେ ସମସ୍ତ ଶ୍ରେଣୀର କ୍ରିକେଟ୍‌ରୁ ଅବସର ନେଉଥିବା ସୂଚନା ରହିଛି। ପାର୍ଥିବ ଦୀର୍ଘ ୧୮ ବର୍ଷ ଧରି କ୍ରିକେଟ୍ ଦୁନିଆରେ ସକ୍ରିୟ ରହିଥିଲେ।

ପାର୍ଥିବ ତାଙ୍କ କ୍ୟାରିୟର୍‌ ମଧ୍ୟରେ ୨୫୫ଟି ‌ଟେଷ୍ଟ‌ ମ୍ୟାଚ୍‌, ୩୮ଟି ଦିନିକିଆ ମ୍ୟାଚ୍‌ ଓ ୨ଟି ଟି୨୦ ଇଣ୍ଟର୍‌‌ନେସ୍‌ନାଲ୍‌ ମ୍ୟାଚ୍‌ରେ ଟିିମ୍‌ ଇଣ୍ଡିଆର ପ୍ରତିନିଧିତ୍ବ କରିଛନ୍ତି।ସେ ତାଙ୍କର ଶେଷ ଟେଷ୍ଟ୍‌ ୨୦୧୮ ମସିହାରେ ଜୋହାନସ୍‌ବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିିଥିଲେ। ୩ ମାସ ପରେ ନିଜର ୩୬ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବା ପାର୍ଥିବ ନିଜ ଟ୍ବିଟର୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରି‌ ଲେଖିଥିଲେ, ‘ମୁଁ ଆଜି କ୍ରିକେଟ୍‌ ଦୁନିଆରୁ ବିଦାୟ ନେଉଛି। ଅତ୍ୟନ୍ତ ଭାରୀ ମନରେ ନିଜର ୧୮ ବର୍ଷର କ୍ରିକେଟ୍‌ ଯାତ୍ରାରେ ଏଇଠି ପୂର୍ଣ୍ଣଛେଦ ପକାଉଛି।’ସୌରଭ ଗାଙ୍ଗୁଲୀ ଟିମ୍‌ ଇଣ୍ଡିଆର ଅଧିନାୟକ ଥିିବା ସମୟରେ ୧୭ ବର୍ଷ ବୟସରେ ଷ୍ଟେଟ୍‌ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ପାର୍ଥିବ। ସେ ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ସମୁଦାୟ ୯୩୪ ରନ୍‌ ବନାଇଛନ୍ତି। ସେଥିମଧ୍ୟରୁ ୬ ଅର୍ଧଶତକ ସାମିଲ୍‌ ରହିଛି।

Copyright © All rights reserved.