ଖୁବ୍ଶୀଘ୍ର ସମସ୍ତଙ୍କ ଟିକାକରଣ ବାସ୍ତବ ରୂପ ନେବ: ହର୍ଷବର୍ଦ୍ଧନ
1 min read
ନୂଆଦିଲ୍ଲୀ : କୋଭିଡ୍ ଟିକା ବିକାଶ ଓ ପ୍ରସ୍ତୁତ କରିବାରେ ଭାରତୀୟ ଡାକ୍ତର ଓ ବୈଜ୍ଞାନିକମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭୂୟସୀ ପ୍ରଶଂସା କରିଛନ୍ତି। ଏଥି ସହିତ ଆଗାମୀ କିଛି ଦିନ ଭିତରେ ସମସ୍ତ ଦେଶବାସୀଙ୍କ ଟିକାକରଣ ବାସ୍ତବ ରୂପ ନେବ ବୋଲି ସେ କହିଛନ୍ତି। ଆଜି ସମଗ୍ର ଦେଶରେ ସଂଘଟିତ ଦ୍ବିତୀୟ ଡ୍ରାଏ ରନ୍ କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ଡାକ୍ତରଖାନାରେ ଉଦ୍ବୋଧନ ଦେବା ଅବସରରେ ଡା. ହର୍ଷବର୍ଦ୍ଧନ ଏପରି ଭରସାବାଣୀ ଶୁଣାଇଛନ୍ତି। ଖୁବ୍ କମ୍ ସମୟ ଭିତରେ ଭାରତ କୋଭିଡ୍ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇପାରିଛି। ସେହିପରି ଖୁବ୍ କମ୍ ଦିନ ଭିତରେ ଆମ ଦେଶବାସୀଙ୍କୁ ସେହି ଟିକା ମିଳିଯିବ ବୋଲି ସେ କହିଛନ୍ତି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ପରେ ସମ୍ମୁଖ ଭାଗ କୋଭିଡ୍ ଯୋଦ୍ଧାମାନଙ୍କୁ ଟିକା ମିଳିବ ବୋଲି ସେ ସୂଚନା ଦେଇଛନ୍ତି।