Wed. Jun 25th, 2025

ଜିଏସ୍‌ଟି କ୍ଷତିପୂରଣ ନଦେବା ବିଶ୍ବାସଘାତକତା: ସୋନିଆ

1 min read
Spread the love

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ଦେବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟଗୁଡ଼ିକ ଯାହା ପାଇବାକୁ ହକ୍‌ଦାର ତାହା ନଦେବା ବିଶ୍ବାସଘାତକା ଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି। ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ବୈଠକରେ ଭାଗ ନେଇ ସୋନିଆ କହିଛନ୍ତି, ଚଳିତ ମାସ ୧୧ ତାରିଖରେ ଅର୍ଥକୁ ନେଇ ଗଠିତ ଷ୍ଟାଣ୍ଡିଂ କମିଟିରେ ଅର୍ଥ ସଚିବ ସ୍ପଷ୍ଟ କରିଥିଲେ ଯେ ରାଜ୍ୟଗୁଡ଼ିକୁ ଦିଆଯିବାକୁ ଥିବା ବାଧ୍ୟତାମୂଳକ କ୍ଷତିପୂରଣ ରାଶି ଜାରି କରିବା ଭଳି ସ୍ଥିତିରେ କେନ୍ଦ୍ର ସରକାର ନାହାନ୍ତି। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ମନା କରିବା କୌଣସି ବିଶ୍ବାସଘାତକତା ଠାରୁ କମ୍ ନୁହେଁ। ଏହା ରାଜ୍ୟ ସରକାର ଏବଂ ଭାରତର ଜନତାଙ୍କ ପ୍ରତି ବିଶ୍ବାସଘାତକତା ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି।

Copyright © All rights reserved.