Sun. Aug 10th, 2025

ଟେଷ୍ଟ୍ କ୍ରିକେଟ୍‌ ଛାଡ଼ିଲେ ଡୁ’ପ୍ଲେସିସ୍‌

1 min read
Spread the love

ଜୋହାନ୍ସବର୍ଗ: ସୀମିତ ଓଭର୍‌ କ୍ରିକେଟ୍‌ ଉପରେ ଏକାଗ୍ରତା ରଖିବା ଲକ୍ଷ୍ୟରେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍ ଡୁ’ପ୍ଲେସିସ୍‌ ବୁଧବାର ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ‌ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍‌ କହିଛନ୍ତି ଲଗାତାର ବିଶ୍ବକପ୍‌ ଥିବାରୁ ସେ ଟି-୨୦ କ୍ରିକେଟ୍‌କୁ ଅଗ୍ରାଧିକାର ଭିତ୍ତିରେ ଖେଳିବେ। ଅନେକ ଦୃଷ୍ଟିକୋଣରୁ ଅନିଶ୍ଚିତତା ଆସିବାରୁ ମୁଁ ନୂଆ ଅଧ୍ୟାୟ ଦିଗରେ ଅଗ୍ରସର ହେଉଛି ବୋଲି ଡୁ’ପ୍ଲେସିସ୍‌ ପ୍ରକାଶ କରିଛନ୍ତି। ସମସ୍ତ ପ୍ରକାର କ୍ରିକେଟ୍‌ରେ ଦେଶର ପ୍ରତିନିଧିତ୍ବ କରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି ଏବଂ ଟେଷ୍ଟ୍ କ୍ରିକେଟ୍‌ ଛାଡ଼ିବାର ବେଳ ଆସିଯାଇଛି ବୋଲି ଡୁ’ପ୍ଲେସିସ୍ ପ୍ରକାଶ କରିଥିଲେ। ୧୫ ବର୍ଷ ତଳେ ଯଦି କେହି ମୋତେ କହିଥାନ୍ତେ ତୁମେ ୬୯ ଟେଷ୍ଟ୍ ଖେଳିବ ଏବଂ ଦେଶର ନେତୃତ୍ବ ନେବ ମୁଁ ବିଶ୍ବାସ କରିନଥାନ୍ତି। ଡୁ’ପ୍ଲେସିସ୍‌ ଖେଳିଥିବା

୬୯ ଟେଷ୍ଟ୍‌ରୁ ୪୦.୦୨ ହାରାହାରିରେ ୧୦ ଶତକ, ୨୧ ଅର୍ଦ୍ଧଶତକ ସହାୟତାରେ ୪୧୬୩ ରନ୍ ସଂଗ୍ରହ କରିଥିଲେ। ୨୦୧୬ରେ ଏବି ଡି’ଭିଲିୟର୍ସଙ୍କଠାରୁ ଅଧିନାୟକତ୍ବ ଭାର ସମ୍ଭାଳିଥିବା ଡୁ’ପ୍ଲେସିସ୍‌ ଗତବର୍ଷ ଟେଷ୍ଟ୍‌ ଓ ଟି-୨୦ ନେତୃତ୍ବରୁ ଓହରିଯାଇଥିଲେ। ଚଳିତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଶେଷରେ ସେ ଅବସର ନେବାକୁ ଯୋଜନା କରିଥିଲେ ମଧ୍ୟ କୋଭିଡ୍‌-୧୯ କାରଣରୁ ଏହି ଶୃଙ୍ଖଳାକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯିବାରୁ ସେ ଟ୍ବିଟ୍‌ କରି ଅବସର ଘୋଷଣା କରିଛନ୍ତି।

Copyright © All rights reserved.