Sat. Feb 28th, 2026

ଡଲାର ଦାମ୍‌ ୭୨ ଟଙ୍କା ସ୍ତର ଟପିଲା

1 min read
Spread the love

ନୂଆଦିଲ୍ଲୀ : ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ଘଟିଛି। ଗୋଟିଏ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୭୨ ଟଙ୍କା ୮ ପଇସା ଗଣିବାକୁ ପଡ଼ିଛି। ଗତକାଲି ଡଲାର ଦାମ୍ ଏହା ଠାରୁ ୬୨ ପଇସା କମ୍‌ ଥିଲା। ଚୀନ୍‌ ଉପରେ ଅତିରିକ୍ତ ଟିକସ ଲାଗୁ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାନି ଧମକ ଦେବା ପରେ ଡଲାର ଦାମ୍‌ ବଢ଼ିଥିଲା। ଗତ ଦୁଇ ମାସ ଭିତରେ ଡଲାର ମୂଲ୍ୟ ୭୨ ଟଙ୍କା ଟପିନଥିଲା। ଶେଷ ଥର ପାଇଁ ଗତ ସେପ୍ଟେମ୍ବର ୪ରେ ଡଲାର ଦାମ୍ ୭୨ ଟଙ୍କାରୁ ଅଧିକ ଥିଲା।

ଭାରତୀୟ ଅର୍ଥନୀତିର ଅବସ୍ଥା ଖରାପ ଥିବାରୁ ଟଙ୍କା ଦାମ୍‌ ବଢ଼ୁନାହିଁ। କାରଖାନାରେ ଉତ୍ପାଦନ ଆଠ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଯିବା ତଥ୍ୟ ପ୍ରକାଶ ପାଇବା ପରେ ଟଙ୍କା ମୂଲ୍ୟ ଉପରେ ଚାପ ସୃଷ୍ଟି ହୋଇଥିଲା। ଯେହେତୁ ରପ୍ତାନି ଓ ଆମଦାନି କାରବାର ମୁଖ୍ୟତଃ ଡଲାର ଜରିଆରେ ହୋଇଥାଏ, ତେଣୁ ‌ତାହାର ମୂଲ୍ୟ ବଢ଼ିବା ସ୍ବାଭାବିକ। ଡଲାର ଚାହିଦା ଯେତେ ଅଧିକ ରହିବ ତାହାର ଦାମ୍ ସେତେ ଉଚ୍ଚ ସ୍ତରରେ ରହିଥାଏ।

Copyright © All rights reserved.