Tue. Jul 21st, 2026

ଦିନେ ଧର୍ମଘଟରେ ଓଡ଼ିଶା ହରାଏ ୧୪୬୨ କୋଟି

1 min read
Spread the love

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ନୀତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଜି ଦିନିକିଆ ଧର୍ମଘଟ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟ ଉପରେ ଧର୍ମଘଟ କେତେ ପ୍ରଭାବ ପକାଏ ତାହା ହୁଏତ ସାଧାରଣରେ ବୁଝିହୁଏ ନାହିଁ। ଯଦିଓ ଏହାକୁ ଦିନେ କିମ୍ବା ଦୁଇ ଦିନ ପାଇଁ ପାଳନ କରାଯାଏ, କିନ୍ତୁ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଯଦି ଓଡ଼ିଶା ଭଳି ରାଜ୍ୟରେ ଗୋଟିଏ ଦିନର ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୁଏ ତେବେ ରାଜ୍ୟ ଅର୍ଥନୀତିକୁ ୧୪୬୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼େ। ଟିକସ ଆଦାୟ ଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର, ରେଳ ଓ ବସ୍‌ ସେବା, ପେଟ୍ରୋଲ୍‌ ପମ୍ପ୍, କଳ କାରଖାନା, ଖଣି ଖାଦାନ ଆଦି ବନ୍ଦ ରହିବା ଯୋଗୁଁ ଉତ୍ପାଦକତା ପ୍ରଭାବିତ ହୋଇଥାଏ। ଯୋଗାଣ ଶୃଙ୍ଖଳା ବ୍ୟାହତ ହେବାରୁ ଅନେକ ସାମଗ୍ରୀ ଲୋକମାନଙ୍କ ପାଖରେ ପହଞ୍ଚି ପାରେନାହିଁ। କାରଖାନାରେ ଉତ୍ପାଦନ ବ୍ୟାହତ ହେଲେ ଚୂଡ଼ାନ୍ତ ଉତ୍ପାଦ ବଜାରକୁ ଆସିବା ବିଳମ୍ବିତ ହୋଇଥାଏ। ଶ୍ରମିକମାନେ ମଜୁରି ହରାଇଥାନ୍ତି।

Copyright © All rights reserved.