Wed. Jun 25th, 2025

ବିଜେପି-ଶିବସେନା ବିବାଦର ସମାଧାନ ପାଇଁ ନାଗପୁରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

1 min read
Spread the love

ନାଗପୁର: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ବିଜେପି-ଶିବସେନା ମଧ୍ୟରେ ଟଣାଓଟରା ଜାରି ରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଏହାର ପୂର୍ଣ୍ଣଛେଦ ପକାଇ ସମାଧାନର ରାସ୍ତା ବାହାର କରିବାଲାଗି ଆଜି ନାଗପୁରରେ ପହଞ୍ଚିଛନ୍ତି। ନୀତିନ ଗଡ଼କରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁରରେ ଆରଏସଏଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବେ ।
ଏଣେ ନୀତିନ ଗଡ଼କରୀ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ନିଜେ ନୀତିନ ଗଡ଼କରୀ। ସେ କହିଛନ୍ତି ଯେ ଦେବେନ୍ଦ୍ର ଫଡ଼ନବିସ ହିଁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କର କେନ୍ଦ୍ରରୁ ଆସିବାକୁ ଇଚ୍ଛା ନାହିଁ ବୋଲି ବି ନୀତିନ ଗଡ଼କରୀ କହିଛନ୍ତି।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ନୀତିନ ଗଡ଼କରୀଙ୍କର ସୁସମ୍ପର୍କ ରହିଥିବାରୁ ଏବେ ଦୁଇ ଦଳର ସମାଧାନ କେବଳ ସେ କରିପାରିବେ ବୋଲି କୁହାଯାଉଛି।

Copyright © All rights reserved.