Wed. Jun 25th, 2025

ବ୍ୟାଟି˚କୁ ନେଇ ଧୋନି ଚିନ୍ତିତ : ଦଳ ଡଙ୍ଗାରେ ଅନେକ ଛିଦ୍ର ରହିଯାଇଛି

1 min read
Spread the love

ଦୁବାଇ: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପରାଜୟ ଧାରା ପାଇଁ ଦଳର ବ୍ୟାଟି˚କୁ ଦାୟୀ କରିଛନ୍ତି ଅଧିନାୟକ ମହେନ୍ଦ୍ର ସି˚ହ ଧୋନି। ଏହା ଏବେ ବଡ଼ ଚିନ୍ତାଜନକ ବିଷୟ ହୋଇଥିଲା ବେଳେ ଦଳର ଡଙ୍ଗାରେ ଅନେକ ଛିଦ୍ର ରହିଥିବା ସେ କହିଛନ୍ତି। ଶନିବାର ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ହୋଇଥିବା ୧୭୦ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ସିଏସ୍‌କେ ୩୭ ରନ୍‌ରେ ପରାଜିତ ହୋଇଥିଲ। ଫଳରେ ସପ୍ତମ ମ୍ୟାଚ୍‌ରୁ ଦଳ ପଞ୍ଚମ ପରାଜୟ ବରଣ କରିଥିଲା। ତେଣୁ ଦଳରେ ଅନେକ ତ୍ରୁଟି ରହିଥିବା ଧୋନି ସ୍ବୀକାର କରିବା ସହ ଯେତେବେଳେ ଗୋଟିଏ ତ୍ରୁଟିକୁ ସୁଧାରିବା ପାଇଁ ଯାଉଛେ, ସେତେବେଳେ ଅନ୍ୟ ଏକ ବାଟରେ ଆଉ କିଛି ତ୍ରୁଟି ରହିଯାଉଛି। ତେଣୁ ସମସ୍ତଙ୍କୁ ମିଳିତ ଭାବେ ପ୍ରଦର୍ଶନ ଦେବାକୁ ଧୋନି ଆହ୍ବାନ କରିଛନ୍ତି।

ଏପରିକି ବ୍ୟାଟ୍ସମ୍ୟାନମାନେ ଅନେକ ବଲ୍‌ ଖେଳିବାରେ ଅସମର୍ଥ ହୋଇଛନ୍ତି। ଏଭଳି ଏକ ପ୍ରତିଯୋଗିତାରେ ପ୍ରତ୍ୟେକ ବଲ୍‌ରେ ବଡ଼ ସଟ୍‌ ମାରିବାକୁ ଚେଷ୍ଟା କରାଯିବା ପରିବର୍ତ୍ତେ ଡଟ୍‌ ବଲ୍‌ ଦଳକୁ ମହଙ୍ଗା ପଡିଛି। ତେଣୁ ଏହା ଉପରେ କିଛି କରିବାକୁ ହେବ। ବଡ ସଟ୍‌ ଖେଳିବାକୁ ଯାଇ ଆଉଟ ହେଲେ ଚଳିବ, କିନ୍ତୁ ଡେଥ୍‌ ଓଭରମାନଙ୍କରେ ବଲ୍‌ ହାତଛଡ଼ା କରିବା ଗ୍ରହଣୀୟ ନୁହେଁ। ଯାହାକି ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ଉପରେ ଅଧିକ ଚାପ ସୃଷ୍ଟି କରୁଥିବା ଧୋନି କହିଥିଲେ।

Copyright © All rights reserved.