Wed. Apr 15th, 2026

ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

1 min read
Spread the love

ଭୁବନେଶ୍ୱର: ରାଜଧାନୀର ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଛି। କେହି ମୃତ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରୁ ଏକ ଧାରୁଆ ଛୁରି, ମଦ ବୋତଲ ଓ ଗ୍ଲୋବସ୍ ଜବତ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ଡିସିପି ଓ ଚନ୍ଦକା ପୁଲିସ ପହଞ୍ଚି ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ଆଖପାଖ ଅଞ୍ଚଳରେ କଟାମୁଣ୍ଡକୁ ଖୋଜୁଛି।

Copyright © All rights reserved.