ମଳକୋଷରେ ୭ କିଲୋ ସୁନା, ୯ ଗିରଫ
1 min read
CHENNAI, TAMIL NADU, INDIA - January 14, 2018. Chennai Airport, International Terminal. Passengers wait before boarding their plane.
ଆଦିଲ୍ଲୀ : ଚେନ୍ନାଇ ବିମାନବନ୍ଦରରୁ ବହିଃଶୁଳ୍କ ଅଧିକାରୀମାନେ ଚୋରା ସୁନା ଚାଲାଣ ମାମଲାରେ ୯ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ମଳକୋଷରେ ୭ କିଲୋ ସୁନାକୁ ପେଷ୍ଟ୍ରେ ପରିଣତ କରି ନେଉଥିବା ସ୍କାନର୍ରେ ଧରାପଡ଼ିଥିଲା। ଏଭଳି ଉପାୟରେ ଏତେ ମାତ୍ରାରେ ସୁନା ଚୋରା ଚାଲାଣ ଅଧିକାରୀଙ୍କୁ ବିସ୍ମିତ କରିଦେଇଛି। ଚୋରା ଚାଲାଣକାରୀମାନେ ଦୁବାଇରୁ ଏହି ସୁନା ଆଣୁଥିଲେ। ଗତ ଶୁକ୍ରବାର ମଧ୍ୟ ୪ ଜଣ ମହିଳାଙ୍କ ସମେତ ୧୭ ଜଣଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା।