Wed. Jun 25th, 2025

ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭାଙ୍କୁ ମିଳିଲା ଦୁଷ୍କର୍ମ ଧମକ

1 min read
Spread the love

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଇଛି। ସୋସିଆଲ ମିଡିଆରେ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କୁ ଏହି ଧମକ ମିଳିଥିବା ଜଣାପଡ଼ିଛି। ସିଏସକେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)ଠାରୁ ଆଇପିଏଲ ମ୍ୟ‌ାଚ ହାରିବା ପରେ ଧୋନିଙ୍କ ଝିଅଙ୍କୁ ଏଭଳି ଧମକ ମିଳିବା ଆରମ୍ଭ ହୋଇଛି। ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କୁ ଇନଷ୍ଟାଗ୍ରାମରୁ ଏଭଳି ଧମକ ମିଳୁଛି।

ଏହି ଖବରଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ନିନ୍ଦା କରିଛନ୍ତି। ଧମକ ମିଳୁଥିବା ଆକାଉଣ୍ଟଟି ଦଳିତ ଲୋକ ଏବଂ ମହିଳାମାନଙ୍କ ପ୍ରତି ଅପମାନଜନକ ଆଚରଣ କରିବା ପାଇଁ ବ୍ୟବହାର କରାଯାଇଥାଏ।ସୂଚନା ମୁତାବକ, କେକେଆର ବିପକ୍ଷ ମ୍ୟାଚରେ ସିଏସକେ ୧୬୮ରନ୍ ଟାର୍ଗେଟରେ ପହଞ୍ଚିବାରେ ବିଫଳ ହୋଇ ଖେଳକୁ ୧୦ ରନ୍ ରେ ହାରିଯାଇଥିଲା । ଧୋନୀ ୧୨ଟି ବଲରେ ମାତ୍ର ୧୧ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ସିଏସକେ ୬ ଟି ଆଇପିଏଲ ୨୦୨୦ ଖେଳ ମଧ୍ୟରୁ ୪ଟି ହାରିସାରିଛି। ପୁଣି ଥରେ ନିଜର ସ୍ଥାନ ସୁଦୃଢ଼ କରିବା ପାଇଁ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ ଆବଶ୍ୟକ |

Copyright © All rights reserved.