Wed. Jun 25th, 2025

ମା’ଙ୍କୁ ମେଲାଣି….ଦଶହରା ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

1 min read
Spread the love

କଟକ: କଟକ ଇତିହାସରେ କରୋନା ପ୍ରଭାବିତ ଦଶହରା ଆଉ ଭସାଣି ଉତ୍ସବ ଏକ ନୂଆ ଫର୍ଦ୍ଦ ଭାବେ ଯୋଡ଼ି ହେଇଯାଇଛି। ମଣ୍ଡପରରେ ପରଦା ଟାଣି ପୂଜା ସହିତ ୯ଟି ମଣ୍ଡପକୁ ବାଦ ଦେଲେ ସବୁ ‌ମଣ୍ଡପରେ ବିନା ଆଡମ୍ବରରେ ୪ଫୁଟର ମୂର୍ତ୍ତି ପୂଜା ଏକ ନୂଆ ପରଂପରା ସୃଷ୍ଟି କରିଥିବା ବେଳେ ଆଜିର ଭସାଣି ଉତ୍ସବ ବି ସଂପୂର୍ଣ୍ଣ ନୂଆ ବ୍ୟବସ୍ଥାରେ ସଂପନ୍ନ ହୋଇଛି। କଟକ ମହାନଗର ଶାନ୍ତି କମିଟି ଅନ୍ତର୍ଗତ ସବୁ ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ଆସି ସଂଧ୍ୟା ସୁଦ୍ଧା ଶେଷ ହୋଇଛି। ଏଭଳି ରେକର୍ଡ ପୂର୍ବରୁ କେବେ ନଥିଲା।

ପୂର୍ବରୁ କାଠଯୋଡିର ଦେବୀ ଗଡାରେ ଶହେରୁ ଅଧିକ ମୂର୍ତ୍ତି ବିସର୍ଜନ ହେଉଥିବା ବେଳେ ଏଥର କିନ୍ତୁ ସହରର ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରି ବିସର୍ଜନ ବ୍ୟବସ୍ଥା କରାଯାଇଥିଲା। ଦେବୀଗଡ଼ାରେ ସର୍ବାଧିକ ୪୯ଟି ମେଢ ବିସର୍ଜିତ ହୋଇଥିବା ବେଳେ ବେଲଭ୍ୟୁ ପଏଣ୍ଟରେ ୨୪ଟି, କାର୍ତ୍ତିକେଶ୍ବର ପଏଣ୍ଟରେ ୨୩ଟି ଓ ଘାଟକୂଳରେ ୧୩ଟି ମେଢ଼ ବିସର୍ଜନ କରାଯାଇଛି। ଅନ୍ୟ ମେଢ ଗୁଡିକ ମହାନଦୀର ନେହେରୁ ପଲ୍ଲୀ, ଗୁରୁଦ୍ବାର ଘାଟ, ମ୍ୟାରିଟାଇମ ମିଉଜିୟମ, ଚହଟା ଶନି ମନ୍ଦିର ଘାଟ ଏବଂ କାଠଯୋଡିର ବାଲିଘାଟ ଗଡା, ସେକ୍ଟର ୬ ଓ ସେକ୍ଟର ୧୧ ନିକଟରେ ବିସର୍ଜିତ ହୋଇଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ବେଳେ ପ୍ରଥମେ ଦେବୀଗଡ଼ାରେ ପୁରୁଣା ରାଉସାପାଟଣା ମେଢ଼ ବିସର୍ଜନ କରାଯାଇଥିଲା।ଆଜି ଦ୍ବିତୀୟ ପର୍ଯ୍ୟାୟରେ ସକାଳ ୮ଟା ୧୦ରେ ପ୍ରଥମେ ଶିଳ୍ପୀ କୁମ୍ଭାର ସାହି ମେଢ଼ ବିସର୍ଜନ ହୋଇଥିବା ବେଳେ ଶେଷ ମେଢ଼ ମାଣିକଘୋଷ ବଜାର ଅପରାହ୍ନ ୫ଟାରେ ବିସର୍ଜନ କରାଯାଇଥିଲା। ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ସୋମବାର ୩ଟି ମେଢ ବିସର୍ଜନ ହୋଇଥିବା ବେଳେ ଆଜି ୬ଟି ବିସର୍ଜନ ହୋଇଛି। ଗୁରୁଦ୍ବାର ଘାଟରେ ଗୋଟିଏ ଏବ˚ ଅବଶିଷ୍ଟ ୫ଟି ନେହେରୁ ପଲ୍ଲୀରେ ବିସର୍ଜନ କରାଯାଇଛି। ମଧୁପାଟଣାର ଆଜି ୧୩ଟି ମେଢ଼ ଘାଟକୂଳରେ ବିସର୍ଜନ କରାଯାଇଛି।ବାଦାମବାଡ଼ିରେ ୧୧ ଟି ମେଢ଼ ମଧ୍ୟରୁ ୮ଟି ଖାନନଗର ବାଲିଘାଟ ଗଡ଼ା, ଯୋବ୍ରାରେ ଗୋଟିଏ ଏବ˚ ଦେବୀଗଡ଼ାରେ ଦୁଇଟି ବିସର୍ଜନ କରାଯାଇଛି। ପୁରୀଘାଟରେ ସୋମବାର ୫ଟି ଏବ˚ ଆଜି ୩୨ଟି ମେଢ଼ ଦେବୀଗଡ଼ାରେ ବିସର୍ଜନ କରାଯାଇଛି। ଲାଲବାଗରେ ସୋମବାର ୪ଟି ଏବ˚ ଆଜି ୨୪ଟି ବିସର୍ଜନ କରାଯାଇଛି। ସିଡିଏ ସେକ୍ଟର ୭ରେ ଗୋଟିଏ, କାର୍ତ୍ତିକେଶ୍ବର ଗଡ଼ାରେ ୩ଟି ବିସର୍ଜନ ହୋଇଥିବା ବେଳେ ଅବଶିଷ୍ଟ ୨୪ଟି ବେଲଭ୍ୟୁରେ ବିସର୍ଜନ କରାଯାଇଛି। ଦରଘାବଜାରରେ ସୋମବାର ଗୋଟିଏ ଏବ˚ ଆଜି ୪ଟି ମେଢ଼ କାର୍ତ୍ତିକେଶ୍ବର ଗଡ଼ାରେ ବିସର୍ଜନ କରାଯାଇଛି। ବିଡାନାସୀରେ ସୋମବାର ୨ଟି ଏବ˚ ଆଜି ୭ଟି ମେଢ଼ ବିସର୍ଜନ କରାଯାଇଛି।

Copyright © All rights reserved.