Wed. Oct 15th, 2025

ଯଥାଶୀଘ୍ର ସମ୍ଭବ ଆମେ କରୋନା ଟିକା ଗ୍ରହଣ କରିବୁ: ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

1 min read
Spread the love

ନୂଆଦିଲ୍ଲୀ: କରୋନା ଟିକାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଦିଲ୍ଳୀ ଏମ୍‌ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କି ଯେତେ ଶୀଘ୍ର ହୋଇପାରିବ ଆମେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ୍‌-୧୯ ଟିକା ଗ୍ରହଣ କରିବୁ। ସେ ଆହୁରି ମଧ୍ୟ ଜରୁରୀକାଳୀନ ପ୍ରୟୋଗ ପ‌ାଇଁ ଅନୁମତି ପ୍ରଦାନ କରାଯାଇଥିବା ଟିକାର ନିରାପତ୍ତାକୁ ନେଇ ନିଜେ ନିିଶ୍ଚିତ ବୋଲି ପ୍ରକାଶ କରିଛନ୍ତି। ଦେଶରେ ମଞ୍ଜୁରୀ ପାଇଥିବା କୋଭାକ୍ସିନ୍‌ ଏବଂ କୋଭିସିଲ୍ଡ ଟିକାର ସୁରକ୍ଷା ଓ ନରାପତ୍ତାକୁ ନେଇ ଦେଶବାସୀଙ୍କୁ ଆଶ୍ବସ୍ତ କରାଇଛନ୍ତି ରଣଦୀପ ଗୁଲେରିଆ।

କରୋନା ଟିକା କୋଭିସିଲ୍ଡ୍‌ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନିକା ଦ୍ବାରା ବିକଶିତ ହୋଇ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ) ଦ୍ବାରା ତିଆରି ହୋଇଥିବା ସୂଚନ‌ା ରହିଛି। ଏହି ଟିକା ତୃତୀୟ ପର୍ଯ୍ୟୟ ପରୀକ୍ଷଣ ପାର୍‌ କରିସାରିଛି। ଏପରିକି ‌ବ୍ରିଟେନ୍‌ରେ ଏହି ଟିକାର ପ୍ରୟୋଗ ହୋଇସାରିଛି ମଧ୍ୟ। ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆସିଏମ୍‌ଆର୍‌) ସହ ମିଶି କୋଭାକ୍ସିନ୍‌କୁ ବିକାଶ କରିଛି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌। ଏହା ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି।

Copyright © All rights reserved.