Wed. Oct 15th, 2025

ରିଲିଜ୍‌ ହେଲା କମେଡି ଡ୍ରାମା ଫିଲ୍ମ ‘ଟୋଟାଲ ଧମାଲର’ ଅଫିସିଆଲ୍ ଟ୍ରେଲର

1 min read
Spread the love

ମୁମ୍ବାଇ: ବଲିଉଡର କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର ସୋମବାର ରିଲିଜ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ। ଏହା ସହ ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ଆମିର ଖାନ, ବମନ ଇରାନିଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। କମେଡି ଡ୍ରାମାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର।

ଟଙ୍କା ଓ ସଂପତ୍ତିକୁ ନେଇ କେମିତି ଟଣା ଓଟରା ଚାଲିଛି ତାହା ଏହି ଫିଲ୍ମରେ କମେଡି ମାଧ୍ୟରେ ଦେଖାଇବାକୁ ଚେଷ୍ଟା କରାଯାଉଥିବା ଫିଲ୍ମର ଟ୍ରେଲରରୁ ଜଣାପଡ଼ୁଛି। ଧମାଲ ସିରିଜରେ ଏହା ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମଟି ଫେବ୍ରୁଆରୀ ୨୨ ତାରିଖରେ ରିଲିଜ ହେବ।

Leave a Reply

Your email address will not be published.

Copyright © All rights reserved.