Sat. Feb 28th, 2026

ସଇତାନ ସାଜିଲା ସ୍ବାମୀ

1 min read
Spread the love

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ମହିଳାଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ତଳସରା ଥାନା ଅନ୍ତର୍ଗତ ସଵଡେଗା ପୋଷ୍ଟ ଅଫିସ ପଡ଼ାର ଖଏରୁ ନାଏକଙ୍କ ଘର ବାଡ଼ିପଟ ମାଟି ତଳୁ ତାଙ୍କ ପତ୍ନୀ ଶକୁନ୍ତଳାଙ୍କ ଶବ ମିଳିଛି।ପ୍ରାୟ ୪ ଦିନ ତଳେ କୌଣସି କାରଣରୁ ଖଏରୁ ଶକୁନ୍ତଳାଙ୍କୁ ହତ୍ୟା କରି ବାଡ଼ି ପଟେ ପୋତି ଦେଇଥିଲା। ପଡ଼ୋଶୀଙ୍କ ପାଖରେ ଶକୁନ୍ତଳା ଦୂର ଗାଁ ସମ୍ପର୍କୀୟଙ୍କ ଘରକୁ ଯାଇଛି କହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଆଜି ପୋତା ଶଵରୁ ଗନ୍ଧ ବାହାରିଵାରୁ ଲୋକେ ସନ୍ଦେହ କରି ତଳସରା ଥାନାକୁ ଖବର ଦେଇଥିଲେ। ପୁଲିସ ଆସି ମାଟିତଳୁ ଶଵ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଵା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଖଏରୁ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ରଖିଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା। ଏହି କାରଣରୁ ଖଏରୁ ଶକୁନ୍ତଳାଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Copyright © All rights reserved.