Tue. Jun 24th, 2025

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

1 min read
Spread the love

କାଲିମେଳା: ନିଜ ନାବାଳିକା ଝିଅ ସମ୍ମୁଖରେ ସ୍ତ୍ରୀକୁ ଟାଙ୍ଗିଆରେ ଅତି ନୃଶଂସ ଭାବରେ ହତ୍ୟା କରିଛି ମଦ୍ୟପ ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି୭୨ଗ୍ରାମରେ ଦେଖିବାକୁ ମିଳିଛି ।

ଘଟଣାରୁ ଜଣା ପଡିଛି ଯେ କାଲିମେଳା ବ୍ଲକ ଅନ୍ତର୍ଗତ ନାଳଗୁଣ୍ଠି ପଞ୍ଚାୟତରେ ଏମଭି ୭୨ ଗ୍ରାମରେ ରହୁଥିବା ବିମଲ ମିସ୍ତ୍ରୀ ନାମକ ଜଣେ ଯୁବକ ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ନିଜ ସ୍ତ୍ରୀ ସହିତ ଝଗଡା କରିଥିଲ।। ତେବେ ସ୍ତ୍ରୀ ଓ ୭ ବର୍ଷର ନାବାଳିକା ଝିଅ ସହିତ ବିମଲ ନିଜ ଘରେ ରାତିରେ ଶୋଇଥିଲା, କିନ୍ତୁ ମା’ ଝିଅ ଶୋଇପଡ଼ିଥିବା ବେଳେ ବିଳମ୍ବିତ ରାତିରେ ବିମଲ ନିଜ ସ୍ତ୍ରୀ ଦୁଲାଳୀକୁ ଏକ ଟାଙ୍ଗିଆରେ ବେକକୁ ନିର୍ମମ ଭାବରେ ହତ୍ୟା କରିଥିଲା।ଟାଙ୍ଗିଆ ଚୋଟରେ ଦୁଲାଳୀର ବେକ ଓ କାନ ଅଧା ଛିଣ୍ଡି ଯାଇଥିବା ବେଳେ ଘଟଣାସ୍ଥଳେ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିଲା। ସ୍ତ୍ରୀକୁ ହତ୍ୟା କରିସାରିବା ପରେ ବିମଲ ସେଠାରେ ସକାଳ ପର୍ଯ୍ୟନ୍ତ ଜଗି ରହିଥିଲା। ଏହି ସବୁ ଘଟଣା ନାବାଳିକା ଝିଅଟି ଦେଖିବା ପରେ ଭୟଭୀତ ହୋଇ ଘର କୋଣରେ ସକାଳ ଯାଏଁ ବସି ରହିଥିଲା।

Copyright © All rights reserved.