Thu. Mar 5th, 2026

୧୧ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିଯୁକ୍ତ କଲା ଯୁବ କଂଗ୍ରେସ

1 min read
Spread the love

ଭୁବନେଶ୍ୱର : ଅଖିଳ ଭାରତ ଯୁବ କଂଗ୍ରେସ କମିଟି ଅନୁମୋଦନ କ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ୧୧ଟି ସାଙ୍ଗଠନିକ ଜିଲ୍ଲାରେ ଯୁବ କଂଗ୍ରେସ ସଭାପତି ନିଯୁକ୍ତି ନେଇ ଘୋଷଣା କରିଛନ୍ତି। ଏହାସହିତ ଆଇନ ବିଭାଗ ପାଇଁ ଘୋଷିତ କମିଟିର ମୁଖ୍ୟ ଭାବେ ଆଡଭୋକେଟ୍‌ ଆଦିତ୍ୟ ପ୍ରସାଦ ପରିଡ଼ାକୁ ନିଯୁକ୍ତ କରାଯାଇଛି।

ଯୁବ କଂଗ୍ରେସ ପକ୍ଷରୁ ଜାରି‌ ବିବୃତି ଅନୁଯାୟୀ, ମୟୂରଭଞ୍ଜ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଭାବେ ଅଂଶୁମାନ ଦାସ, ବୌଦ୍ଧ-ମହେଶ୍ବର ପ୍ରଧାନ, କେନ୍ଦୁଝର-ସୁନେଶ କୁମାର ଧୀର୍‌, ଭୁବେନଶ୍ବର-ରଞ୍ଜିତ୍‌ ପାତ୍ର, ଖୋର୍ଦ୍ଧା-ସ୍ବାଗତ କର, କନ୍ଧମାଳ-ବସନ୍ତ କୁମାର ପାଢ଼ୀ, ଦେବଗଡ଼-ଅମିତ୍‌ କୁମାର ରଞ୍ଜିତ୍‌, ପୁରୀ-ପ୍ରେମ୍‌ଜିତ୍‌ ମହାନ୍ତି, ବାଲେଶ୍ବର-ରଞ୍ଜନ କୁମାର ଦାସ ଓ ରାୟଗଡ଼ା ଯୁବ କଂଗ୍ରେସ ସଭାପତି ଭାବେ ପ୍ରଦୀପ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏହାସହିତ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି କାର୍ଯ୍ୟ କରିବାକୁ ସୁଶାନ୍ତ ସାହୁ ଓ ଅଭିଷେକ ସେଠ୍‌ଙ୍କୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦାୟିତ୍ବ ଦିଆଯାଇଛି।

Copyright © All rights reserved.