Wed. Jan 14th, 2026

୧୫ ବର୍ଷୀୟା ନାବାଳିକାଙ୍କୁ ଦୀର୍ଘ ୫ ମାସ ଧରି ଯୌନ ଶୋଷଣ କରି ଆସୁଥିବା ୮ ଜଣ ଗିରଫ

1 min read
Spread the love

ବେଙ୍ଗାଲୁର: କର୍ଣ୍ଣାଟକର ଚିକାମ୍ମାଗଲୁର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ୮ ଜଣ ବ୍ୟକ୍ତି ଲଗାତାର ୫ ମାସ ଧରି ଦୁଷ୍କର୍ମ କରିଥିବା ଅଭି‌ଯୋଗ ହୋଇଛି। ଏହି ମାମଲାରେ ସଂପୃକ୍ତି ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକାଙ୍କ ନିଜ ମାଉସୀ ଥିବା ସୂଚନା ରହିଛି।

ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଅଭିଯୋଗ ଅନୁଯାୟୀ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅଭିଯୋଗରେ ଜାନୁଆରି ୩୦ ତାରିଖରେ ଚିକାମ୍ମାଗଲୁର ଶ୍ରୀଙ୍ଗେରୀ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ସେହି ମାମଲାର ତଦନ୍ତ କରି ପୁଲିସ ପୀଡ଼ିତାଙ୍କ ମାଉସୀ ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ପୀଡ଼ିତା ଜଣକ ପଥର କାମ କରୁଥିବା ଜଣେ ଶ୍ରମିକ ହୋଇଥିବା ବେଳେ ପ୍ରଥମେ ତାଙ୍କ ପରିଚିତ ବସ୍‌ ଚାଳକ ଗିରିଶ ତାଙ୍କ ସହ ଏପରି କାଣ୍ଡ କରିଥିଲେ। ପରେ ଗିରିଶି ପୀଡ଼ିତାଙ୍କ ନମ୍ବର ଅଭି ନାମକ ଜଣେ ଯୁବକଙ୍କୁ ଦେଇଥିଲେ ଓ ପରବର୍ତ୍ତୀ ମୁହୂର୍ତ୍ତରେ ପୀଡ଼ିତା ଜଣକ ଅଭିଙ୍କ ଦ୍ବାରା ବି ଯୌନ ଶୋଷଣର ଶିକାର ହୋଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ପୀଡ଼ିତାଙ୍କ ସହ ଏପରି କାର୍ଯ୍ୟ ଲଗାତର ଭାବେ ଘଟିଚାଲିଲା। ପୀଡ଼ିତାଙ୍କ ମାଆ ମରିଯିବା ପରେ ସେ ତାଙ୍କ ମାଉସୀଙ୍କ ନିକଟରେ ରହୁଥିଲେ ଓ ତାଙ୍କ ମାଉସୀ ସବୁ ଜାଣି ଚୁପ୍‌ ରହୁଥିଲେ ବୋଲି ପୁଲିସ୍‌ ତାଙ୍କୁ ଗିରଫ କରିଛି।

Copyright © All rights reserved.