Wed. Jun 25th, 2025

୨୦୨୧ ବିଧାନସଭା ନିର୍ବାଚନ: ପଶ୍ଚିମବଙ୍ଗ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କଲା ବିଜେପି

1 min read
Spread the love

କୋଲକାତା: ନିକଟ‌ ଅତୀତରେ ବିହାର ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଭାରତୀୟ ଜନତା ପାର୍ଟି(ବିଜେପି) ଏବେ ୨୦୨୧ରେ ହେବାରୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମିଶନ ପାଇଁ ବିଜେପି ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି।ପୂରା ପଶ୍ଚିମବଙ୍ଗକୁ ୫ଟି ଜୋନ୍‌ରେ ବିଭକ୍ତ କରାଯିବା ସହ ଜଣେ ଲେଖାଏ ରାଜ୍ୟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି। ସମୁଦାୟ ୨୩ଟି ଜିଲ୍ଲାକୁ ଉତ୍ତର ବଙ୍ଗଳା, ନୱାଡୱିପ୍, କୋଲକାତା, ମେଦିନୀପୁର ଏବଂ ରାର୍‌ହ ବଙ୍ଗା ଜୋନ୍‌ରେ ବିଭକ୍ତ କରିଥିବା ସୂଚନା ରହିିଛି। ଯେଉଁ ୫ ଜଣ ରାଜ୍ୟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ସେମାନେ ହେଲେ ସାୟନ୍ତ ବସୁ, ବିଶ୍ବପ୍ରିୟୋ ଚୌଧୁରୀ, ସଞ୍ଜୟ ସିଂ, ଜ୍ୟୋତିର୍ମୟ ସିଂ ମାହତୋ ଏବଂ ରାଜୁ ବାନାର୍ଜୀ।

ଉତ୍ତର ବେଙ୍ଗାଲୁରୁ ଜୋନ୍ ପାଇଁ ପର୍ଯ୍ୟବେକ୍ଷକ ହେଉଛନ୍ତି ସାୟନ୍ତ ବସୁ। ଏହି ଜୋନ୍‌ ମଧ୍ୟରେ ଯାଉଛି କୋଚବେହାର, ଆଲିପୁରଦାର, ଜଲପାଇଗୁରୀ, କାଲିମ୍ପଙ୍ଗ, ଦାର୍ଜିଲିଂ, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର ଏବଂ ମାଲଦା। ନୱାଡୱିପ୍ ଜୋନ୍ ପାଇଁ ପର୍ଯ୍ୟବେକ୍ଷକ ହେଉଛନ୍ତି ବିଶ୍ୱପ୍ରିୟୋ ଚୌଧୁରୀ। ତାଙ୍କ ଅଧୀନସ୍ଥ ଜେ‌ାନ୍‌ରେ ରହିଛି ମୁର୍ସିଦାବାଦ, ନଦିଆ ଏବଂ ଉତ୍ତର ୨୪ ପାରାଗାନା। କୋଲକାତା ଜୋନ୍ ପାଇଁ ପର୍ଯ୍ୟବେକ୍ଷକ ହେଉଛନ୍ତି ସଞ୍ଜୟ ଚୌଧୁରୀ। ସେ ବର୍ଯ୍ୟବେକ୍ଷଣ କରୁଛନ୍ତି କୋଲକାତା ଏବଂ ଦକ୍ଷିଣ୨୪ ପାରାଗାନା ଅଞ୍ଚଳକୁ। ମେଦିନୀପୁର ଜୋନ୍‌ର ପର୍ଯ୍ୟବେକ୍ଷକ ହେଉଛନ୍ତି ଜ୍ୟୋତିର୍ମୟ ସିଂ ମହାତୋ। ସେ ବୁଝୁଛନ୍ତି ହୋହରା, ହୁଗଲି, ପୁରବା ମେଦିନୀପୁର ଏବଂ ପଶ୍ଚିମ ମେଦିନୀପୁର। ସେହିପରି ରାର୍‌ହ ବଙ୍ଗା ଜୋନର ପର୍ଯ୍ୟବେକ୍ଷକ ହେଉଛନ୍ତି ରାଜୁ ବାନାର୍ଜୀ। ଏହି ଜୋନ୍‌ରେ ଯାଉଛି ପୁରଲିଆ, ବାଙ୍କୁରା, ଝାରଗ୍ରାମ, ପୁରବା ବର୍ଡୱାନ୍, ପଷ୍ଚିମ ବର୍ଡୱାନ୍ ଏବଂ ବିରଭୁମ୍‌ ଅଞ୍ଚଳ।

Copyright © All rights reserved.