Wed. Jan 14th, 2026

୨୦୨୨ରେ ଅର୍ଥନୀତିର ପୂର୍ବାବସ୍ଥା ଫେରିବ

1 min read
Spread the love

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବର୍ତ୍ତମାନ ନିମ୍ନମୁଖୀ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୨୩.୯ ପ୍ରତିଶତ ଥିବାବେଳେ ଦ୍ବିତୀୟ ତ୍ରୟମାସରେ ଏହା ବିଯୁକ୍ତ ୭.୫ ପ୍ରତିଶତ ରହିଛି। ପ୍ରଥମ ତ୍ରୟମାସ ତୁଳନାରେ ଦ୍ବିତୀୟ ତ୍ରୟମାସରେ ଅର୍ଥନୀତିର ସଂକୋଚନରେ ଅନେକ ସୁଧାର ଆସିଛି। ତେବେ ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ଶେଷବେଳକୁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି କରୋନାର ପୂର୍ବସ୍ଥିତିକୁ ଫେରି ଆସିବ ବୋଲି ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ମତ ଦେଇଛନ୍ତି।

ରାଜୀବ କୁମାରଙ୍କ କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ବିଯୁକ୍ତ ୮ ପ୍ରତିଶତ ଭିତରେ ରହିବ। ତେବେ ୨୦୨୧-୨୨ ଆର୍ଥିକ ବର୍ଷ ଶେଷବେଳକୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର କରୋନାର ପୂର୍ବସ୍ଥିତିକୁ ନିଶ୍ଚିତ ଆସିଯିବ ବୋଲି ସେ କହିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାରେ ମ୍ୟାନୁଫାକଚରିଂ କ୍ଷେତ୍ରର କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବାରୁ ଚଳିତ ଆର୍ଥିକ ବର୍ଷର ସପ୍ଟେମ୍ବର ତ୍ରୟମାସ ସୁଦ୍ଧା ଅର୍ଥନୀତିରେ ଆଶାଠାରୁ ଅଧିକ ସୁଧାର ଆସିଛି ବୋଲିସେ କହିଛନ୍ତି। ଉପଭୋକ୍ତାଙ୍କ ଚାହିଦା ଭଲ ଥିବାରୁ ଆଗାମୀ ଦିନରେ ଅର୍ଥନୀତିର ସ୍ଥିତି ଆହୁରି ଭଲ ହେବ।

Copyright © All rights reserved.