୧୩ ପଇସା ଖସିଲା ଟଙ୍କା
1 min read
ମୁମ୍ବାଇ,: ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୩ ପଇସା ଖସି ୭୧.୯୩ ସ୍ତରରେ ରହିଥିବା ଜଣାପଡିଛି। ବିଶ୍ୱସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହାର ପ୍ରଭାବ ଭାରତ ବଜାର ଉପରେ ପଡିଥିବା ବିଦେଶୀ ମୁଦ୍ରା ଟ୍ରେଡରମାନେ କହିଛନ୍ତି। ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜରେ ଡଲାର ତୁଳନାରେ ଟଙ୍କା ୭୨.୦୩ ସ୍ତରରୁ କାରବାର ଆରମ୍ଭ କରିଥିଲା। ଦିନ ମଧ୍ୟରେ ଡୋମେଷ୍ଟିକ ୟୁନିଟ ନିମ୍ନ ସ୍ତର ୭୨.୧୧ ଟଙ୍କା ଛୁଇଁଛି। କାରବାର ଶେଷ ବେଳକୁ ଟଙ୍କା ମୂଲ୍ୟରେ କିଛିଟା ଉନ୍ନତି ଆସିଥିବା ବେଳେ ଏହା ୧୩ ପଇସା ନିମ୍ନରେ ରହି ୭୧.୯୩ ସ୍ତରରେ ବନ୍ଦ ହୋଇଛି। ଶୁକ୍ରବାର ଟଙ୍କା ୭୧.୮୦ ସ୍ତରରେ ବନ୍ଦ ହୋଇଥିଲା। ଗତ ୩ଟି ସେସନରେ ଟଙ୍କା ମୂଲ୍ୟ କମୁଥିବା ଦେଖାଯାଇଛି।