Wed. Jun 25th, 2025

୧୫ ହଜାର ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ

1 min read
Spread the love

ନୂଆଦିଲ୍ଲୀ,: ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ସ୍ବରୂପ ୨୦୨୦-୨୧ ଆର୍ଥତ୍କ ବର୍ଷରେ ସାରା ଦେଶରେ ୧୫ ହଜାର ନୂଆ ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ କେଉଁ ସ୍ଥାନଗୁଡିକରେ ଶାଖା ଖୋଲାଯାଇପାରିବ ତାର ଏକ ରିପୋର୍ଟ କେନ୍ଦ୍ର ସରକାର ବ୍ୟାଙ୍କଗୁଡିକୁ ପ୍ରଦାନ କରିଛନ୍ତି। ପ୍ରକ୍ରିୟା ସହ ଜଡିତ ୩ ବରିଷ୍ଠ ଅଧିକାରୀ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ), ବ୍ୟାଙ୍କ ଅଫ୍‌ ବରୋଦା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ଭଳି ବଡ ବଡ ବ୍ୟାଙ୍କଗୁଡିକ ବ୍ୟାଙ୍କ ନ ଥିବା ସ୍ଥାନଗୁଡିକରେ ପ୍ରାୟ ୧୪ରୁ ୧୫ ହଜାର ନୂଆ ଶାଖା ଖୋଲିବେ ବୋଲି ସୂଚନା ରହିଛି। ବ୍ୟାଙ୍କ ନ ଥିବା ସ୍ଥାନର ପ୍ରାୟ ୧୫ କିମି ଅଞ୍ଚଳ ମଧ୍ୟରେ ଏହି ବ୍ୟାଙ୍କଗୁଡିକ ଖୋଲିବାକୁ କୁହାଯାଇଛି ବୋଲି ଜଣେ ବରିଷ୍ଠ ବ୍ୟାଙ୍କର କହିଛନ୍ତି। ପଞ୍ଚାୟତ ସ୍ତରରେ ପହଞ୍ଚି ଲୋକଙ୍କୁ ଋଣ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ମାର୍ଚ୍ଚ ୨୦୧୯ ଡାଟା ମୁତାବକ ବର୍ତ୍ତମାନ ସାରା ଦେଶରେ ୧.୨୦ ଲକ୍ଷ ବ୍ୟାଙ୍କ ଶାଖା ଏବଂ ୨ ଲକ୍ଷ ଏଟିଏମ୍‌ ରହିଛି। ଏହା ମଧ୍ୟରୁ ୩୫,୬୪୯ ଶାଖା ଗ୍ରାମାଞ୍ଚଳରେ ରହିଛି। ସେହିଭଳି ଏହି ସମୟରେ ଆଞ୍ଚଳିକ ବ୍ୟାଙ୍କଗୁଡିକ ସାରା ଦେଶରେ ୫୨ ହଜାର ଶାଖା ଦ୍ୱାରା ସେବା ଯୋଗାଇ ଦେଉଛନ୍ତି। ୨୦୧୮ରେ ଏହି ବ୍ୟାଙ୍କଗୁଡିକ ୩% ହାରରେ ଅଭିବୃଦ୍ଧି ହାସଲ କରିଥିବା ରିପୋର୍ଟରୁ ସାମ୍ନାକୁ ଆସିଛି।

Copyright © All rights reserved.