Wed. Jun 25th, 2025

୨୦ ବର୍ଷ ଶାସନ ପରେ କାହିଁକି ମନେପଡ଼ିଲା ପଛୁଆ ବର୍ଗଙ୍କ କଥା:ବିଜେପିର ପ୍ରଶ୍ନ?

1 min read
Spread the love

ଭୁବନେଶ୍ବର: ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପଛୁଆ ବର୍ଗଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ୨୦୨୧ରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ଏହାକୁ ଗ୍ରହଣ କରିପାରିନାହିଁ ବିଜେପି । ଯଦିଓ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ସ୍ୱାଗତ କରିଛି ମାତ୍ର ବିଜେପି ଆଦୌ ପାଖ ପୂରାଇ ଦେଉନାହିଁ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବକୁ ସିଧାସିଧା ବିରୋଧ ନ କରିଥିଲେ ବି ଗଣମାଧ୍ୟମରେ ରଖିଥିବା ପରୋକ୍ଷ ପ୍ରତିକ୍ରିୟା ତାଙ୍କ ବିରୋଧାଭାସର ସଂକେତ ଦେଉଥିଲା । ମଣ୍ଡଳ କମିସନ କଥା ଉଠାଇ ଓଲଟା ପଛୁଆ ବର୍ଗଙ୍କୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନର ପାହାଡ଼ ଲଦି ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।ରାଜ୍ୟ କ୍ୟାବିନେଟରେ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବ ପାରିତ ପରେ ଏହାକୁ ନେଇ ବିଜେପି ପ୍ରଶ୍ନ କରିଥିବା ବେଳେ ତୁରନ୍ତ ଓବିସି କମିସନ ନିଯୁକ୍ତି କରିବାକୁ ଦାବି ହୋଇଛିି । ଏହାସହ ପଛୁଆ ବର୍ଗ ପାଇଁ ଥିବା ୨୭ ଶତକଡା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ପୃଥ୍ୱୀରାଜ । ତେବେ ୨୦ ବର୍ଷ ଶାସନ କଲା ପରେ ଆଜି ହଠାତ କ’ଣ ପାଇଁ ପଛୁଆ ବର୍ଗଙ୍କ କଥା ରାଜ୍ୟ ସରକାରଙ୍କ ମନେ ପଡିଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦେବା ପାଇଁ ନ୍ୟାୟଳୟରେ ମୁହଁ ଲୁଚାଉଛନ୍ତି ରାଜ୍ୟ ସରକାର । ଯେତେବେଳେ ଯେମିତି ସୁହାଇବ ସମ୍ବିଧାନକୁ ସେମିତି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ରାଜନୀତି ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ । ଯଦି ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନକରନ୍ତି ତେବେ ବିଧାନସଭା ଭିତରେ ଓ ବାହାରେ ବିରୋଧ କରାଯିବ । ତା’ସହ ସାରା ପ୍ରଦେଶରେ ଲୋକଙ୍କ ପାଖକୁ ଯାଇ ପ୍ରତିବାଦ କରିବ ବିଜେପି ।

Copyright © All rights reserved.