Sat. Feb 28th, 2026

ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସାଧାରଣତନ୍ତ୍ର ଦିବସର ଅତିଥି ହେଲେ ରାମାଫୋସା

1 min read
Spread the love

ନୂଆଦିଲ୍ଲୀ,୨୬।୧: ଭାରତ ପାଳନ କରିଛି ତା’ର ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସରେ ମୁଖ୍ୟଅତିଥି ଭାବେ ଏଥର ଯୋଗ ଦେଇଥିଲେ ଆଫ୍ରିକାର ରାଷ୍ଟ୍ରପତି ସିରିଲା ରାମାଫୋସା। ନେଲସନ୍‌ ମାଣ୍ଡେଲାଙ୍କ ପରେ ରାମାଫୋସା ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଭାରତ ସାଧାରଣତନ୍ତ୍ର ଦିବସର ସାକ୍ଷୀ ପାଲଟିଛନ୍ତି। ଏହି ଉତ୍ସବରେ ଯୋଗଦେବା ଲାଗି ସେ ତାଙ୍କ ପତ୍ନୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ସହ ଶୁକ୍ରବାର ନୂଆଦିଲ୍ଲୀ ପହଞ୍ଚିଥିଲେ। ଶନିବାର ସକାଳେ ରାଜପଥରେ ଗଣତନ୍ତ୍ର ଦିବସ ଦେଖିବା ସହ ଭାରତୀୟ ସେନାଙ୍କ ବୀରତାର ପ୍ରଶଂସା କରିଥିଲେ। 

Leave a Reply

Your email address will not be published.

Copyright © All rights reserved.