Wed. Jun 25th, 2025

୩ ରାଷ୍ଟ୍ରାୟତ୍ତ କମ୍ପାନୀରେ ପୁଞ୍ଜି ଉପଲବ୍ଧ କରାଇବାକୁ କ୍ୟାବିନେଟ ମଞ୍ଜୁରୀ

1 min read
Spread the love

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କ୍ଷେତ୍ରର ୩ ସାଧାରଣ ବୀମା କମ୍ପାନୀରେ ପୁଞ୍ଜି ଉପଲବ୍ଧ କରାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଏହି କମ୍ପାନୀଗୁଡିକ ମଧ୍ୟରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ, ନ୍ୟାଶନାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ଏହା ମଧ୍ୟରେ ସାମିଲ ରହିଛି। ଏହା ବ୍ୟତୀତ ଏହି କମ୍ପାନୀଗୁଡିକର ଜଟିଳ ଆର୍ଥତ୍କ ସ୍ଥିତି ଏବଂ ନିୟାମକ ଋଣ ପରିଶୋଧ କ୍ଷମତା ଆବଶ୍ୟକତାର ଉଲ୍ଲଙ୍ଘନକୁ ଦୃଷ୍ଟି ଦେଇ ତୁରନ୍ତ ୨୫୦୦ କୋଟି ଟଙ୍କାର ଅର୍ଥରାଶି ଜାରି କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Copyright © All rights reserved.