Wed. Oct 15th, 2025

୫ ବର୍ଷରେ ସରକାରୀ ବ୍ୟାଙ୍କର ୩୪୨୭ ଶାଖା ବନ୍ଦ

1 min read
Spread the love

ନୂଆଦିଲ୍ଲୀ : ଗତ ୫ଟି ଆର୍ଥିକ ବର୍ଷ ମଧ୍ୟରେ ଦେଶରେ ସରକାରୀ ବ୍ୟାଙ୍କ ଗୁଡ଼ିକର ୩୪୨୭ଟି ଶାଖା ବନ୍ଦ ହୋଇଯାଇଛି। ସୂଚନା ଅଧିକାର ଆଇନ ବଳରେ ଏହି ସୂଚନା ଏବେ ପଦାକୁ ଆସିଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ଏହା ହେଉଛି, ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ‌ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏଥିରେ ପ୍ରାୟ ୭୫ ପ୍ରତିଶତ ଶାଖା ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ୫ଟି ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ହୋଇଛି। ନିକଟରେ ସରକାର ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ ଘଟାଇ ୪ଟି ବଡ଼ ବ୍ୟାଙ୍କ କରିବା ଯୋଜନା ‌ଆରମ୍ଭ କରିଦେଇଥିବାବେଳେ ଏହି ସୂଚନା ପଦାକୁ ଆସିଛି।

ମଧ୍ୟପ୍ରଦେଶର ନିମଚ ନିବାସୀ ଆରଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡ଼ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଏହି ସୂଚନା ସଂଗ୍ରହ କରିଛନ୍ତି। ଉକ୍ତ ସୂଚନା ଅନୁଯାୟୀ, ଗତ ୫ଟି ଆର୍ଥିକ ବର୍ଷ ମଧ୍ୟରୁ ୨୦୧୪-୧୫ରେ ୯୦ ଶାଖା , ୨୦୧୫-୧୬ରେ ୧୨୬ଟି ଶାଖା, ୨୦୧୬-୧୭ରେ ୨୫୩ ଶାଖା, ୨୦୧୭-୧୮ରେ ୨୦୮୩ ଶାଖା ଏବଂ ୨୦୧୮-୧୯ରେ ୮୭୫ ଶାଖା ବନ୍ଦ କରାଯାଇଛି କିମ୍ବା ଅନ୍ୟ ବ୍ୟାଙ୍କର ଶାଖା ସହ ମିଶାଇ ଦିଆଯାଇଛି। ଗତ ୫ ବର୍ଷ ମଧ୍ୟରେ ମିଶାଇ ଦିଆଯାଇଥିବା କିମ୍ବା ବନ୍ଦ କରି ଦିଆଯାଇଥିବା ଶାଖା ଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସର୍ବାଧିକ ୨୫୬୮ଟି ଶାଖା ରହିଛି। ଆରଟିଆଇ ଆବଦେନକାରୀ ବନ୍ଦ ବ୍ୟାଙ୍କର କାରଣ ମଧ୍ୟ ଜାଣିବାକୁ ଚାହିଥିଲେ ବି ତାହା ଦିଆଯାଇନାହିଁ।

Copyright © All rights reserved.