ଶିବସେନାକୁ ହିନ୍ଦୁତ୍ବ କଥା ମନେ ପକାଇଲେ ବୀର ସାବରକରଙ୍କ ନାତି, କହିଲେ…
1 min read
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣକୁ ନେଇ ଲାଗି ରହିଛି ଚର୍ଚ୍ଚା। ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଖୁବଶୀଘ୍ର ସରକାର ଗଠନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ନୀରବତା ଭାଙ୍ଗିଛନ୍ତି ବୀର ସାବରକରଙ୍କ ପରିବାର। ଯାହା ଏବେ ନୂଆ ଚର୍ଚ୍ଚା ହୋଇଛି। ବୀର ସାବରକରଙ୍କ ନାତି କହିଛନ୍ତି ଯେ, ମୋର ବିଶ୍ବାସ ଅଛି କି ଉଦ୍ଧବ ଠାକରେ ହିନ୍ଦୁତ୍ବ ପ୍ରସଙ୍ଗକୁ ଛାଡିବେ ନାହିଁ।
ସେ କହିଛନ୍ତି ଯେ, ମୋର ଯେତିକି ବିଶ୍ବାସ ଏବଂ ଉଦ୍ଧବ ଠାକରେଙ୍କୁ ଯେତିକି ଜାଣିଛି ସେ ହିନ୍ଦୁତ୍ବ ପ୍ରସଙ୍ଗକୁ ଛାଡିବେ ନାହିଁ। ଉଦ୍ଧବ କ୍ଷମତା ପାଇଁ ବୀର ସାବରକରଙ୍କୁ ଭାରତ ରତ୍ନ ଦାବି ପ୍ରସଙ୍ଗ ଭୁଲିବେ ନାହିଁ। ମୋର ପୂର୍ଣ୍ଣ ବିଶ୍ବାସ ଅଛି କି ହିନ୍ଦୁତ୍ବ ପ୍ରସଙ୍ଗକୁ ନେଇ କଂଗ୍ରେସର ଠାଣି ବଦଳାଇ ଦେବ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସରକାର ଗଠନ ନିମନ୍ତେ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଚର୍ଚ୍ଚା ଜାରି ରହିଛି।