Wed. Jun 25th, 2025

କାଳିଆ ଯୋଜନାକୁ ନେଇ କଂଗ୍ରେସ ର ଅସନ୍ତୋଷ ପ୍ରକାଶ

1 min read
Spread the love

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ ବ୍ୟବହାର କରାଯାଇଛି ।ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଭୁଲ ତଥ୍ୟ ନେଇ ଗୃହର ଅବମାନନା କରିଛନ୍ତି ମନ୍ତ୍ରୀ । କୃଷି ମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଫାଇଭ ଟି ବ୍ୟବହାର କରନ୍ତୁ ବୋଲି କଂଗ୍ରେସ କହିଛି । ଅରୁଣ ସାହୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ମନ୍ତ୍ରୀ ଶ୍ରୀ ସାହୁ ଗୃହରେ କହିଥିଲେ ଯେ ,ଏହି ଯୋଜନାରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କ ତାଲିକା ଅନୁଯାୟୀ ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅଭିଯୋଗ ମିଳିବା ପରେ ସରକାର ହିତାଧିକାରୀ ତାଲିକା ଯାଞ୍ଚ କରିଥିଲେ। ଏବେସୁଦ୍ଧା ୪୫ ହଜାର ୯୬୫ ଜଣଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି ।

ସେମାନଙ୍କୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ହେଉଛି ୨୨ ଲକ୍ଷ ୯୮ ହଜାର ୨୫ ହଜାର ଟଙ୍କା। ଏବେ ବି ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି। ଯାଞ୍ଚ ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କର ଚୂଡ଼ାନ୍ତ ତାଲିକା ଅନଲାଇନରେ ଉପଲବ୍ଧ କରାଯିବ। ସରକାରଙ୍କୁ ମିଳିଥିବା ୪୦ ଲକ୍ଷ ଦରଖାସ୍ତକାରୀଙ୍କ ତାଲିକାର ତର୍ଜମା କରାଯାଇ ହିତାଧିକାରୀଙ୍କୁ ଚୟନ କରାଯାଇଛି ଏବଂ ସେମାନଙ୍କୁ ମଧ୍ୟ ଚଳିତ ନଭେମ୍ବର ମାସରେ ସହାୟତା ପ୍ରଦାନ କରାଯିବ।

Copyright © All rights reserved.