Sun. Jan 18th, 2026

ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୪୧ ହଜାର ଟପିଲା

1 min read
Spread the love

ମୁମ୍ବାଇ : ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୧୯୯ ପଏଣ୍ଟ୍‌ ବୃଦ୍ଧି ପାଇ ପ୍ରଥମ ଥର ଲାଗି ୪୧ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି। ବିଶ୍ବ ସ୍ତରରେ ଥିବା ଅନ୍ୟ ଷ୍ଟକ ବଜାରଗୁଡ଼ିକରେ କାରବାର ଭଲ ରହିବାର ପ୍ରଭାବ ଭାରତ ଉପରେ ପଡ଼ିଥିଲା। ସେଥିପାଇଁ ଏଠାକାର ନିବେଶକମାନେ ମଧ୍ୟ ବିଭିନ୍ନ କଂପାନିର ସେୟାର କିଣିଥିଲେ। ଫଳରେ ସେନ୍‌ସେକ୍ସ ୧୯୯ ପଏଣ୍ଟ୍‌ ବୃଦ୍ଧି ପାଇ ୪୧,୦୨୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୬୩ ପଏଣ୍ଟ୍‌ ବୃଦ୍ଧି ପାଇ ୧୨,୧୦୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

Copyright © All rights reserved.