Wed. Jun 25th, 2025

ସ୍ବାସ୍ଥ୍ୟ ପରୀକ୍ଷା ପରେ ରାଜ୍ୟସଭା ଅଧିବେଶନରେ ‌‌ଯୋଗଦେବେ ଚିଦମ୍ବରମ୍‌

1 min read
Spread the love

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ଓ ମନି ଲଣ୍ଡିରିଂ ମାମଲାରେ ଅଭିଯୁକ୍ତ ଥାଇ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ରାଜ୍ୟସଭା ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଜାମିନ ଆଦେଶ ମିଳିବା ପରେ ଆଜି ବିଳମ୍ବିତ ସନ୍ଧ୍ୟାରେ ତିହାର ଜେଲର ବନ୍ଦୀ ଜୀବନରୁ ମୁକ୍ତି ମିଳିଛି ଚିଦମ୍ବରମଙ୍କୁ।

୭୪ ବର୍ଷ ଚିଦମ୍ବରମଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟରୁ ଆଜି ଜାମିନ ମିଳିବା ପରେ ନିଜର ଅ‌େଶଷ ଖୁସି ଜାହିର କରିଛନ୍ତି ପତ୍ନୀ ନଳିନୀ। ଏବଂ ଶେଷରେ ଧର୍ମର ହିଁ ବିଜୟ ଘଟିଲା ବୋଲି କହିଛନ୍ତି। ଏଥିସହ ଆଜି ଜେଲରୁ ମୁକୁଳିବା ପରେ ଚିଦମ୍ବରମ୍‌ ଖୁବ୍‌ ଶୀଘ୍ର ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ବର୍ତ୍ତମାନ ଚାଲିଥିବା ରାଜ୍ୟସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେବେ ବୋଲି କହିଛନ୍ତି ତାଙ୍କ ପତ୍ନୀ ନଳିନୀ। ଉଲ୍ଲେଖଯୋଗ୍ୟ. ଶ୍ରୀ ଚିଦମ୍ବରମ୍‌ ଏବେ ରାଜ୍ୟସଭାର ସଦସ୍ୟ ଥିବାବେଳେ ସଂପ୍ରତି ବଳବତ୍ତର ଥିବା ରାଜ୍ୟସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଳିବ।

Copyright © All rights reserved.