ଶିବସେନା ଛାଡ଼ି ବିଜେପିରେ ଯୋଗ ଦେଲେ ୪୦୦ ଶିବସୈନିକ
1 min read
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି ।ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଧାରଭିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।