Wed. Jun 25th, 2025

ଅର୍ଥନୀତିର କୂଳକିନାରା ପାଉନାହାନ୍ତି ସରକାର, ପି ଚିଦମ୍ବରମ୍

1 min read
Spread the love

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ପକ୍ଷରୁ ଗିରଫ ହୋଇ ତିହାର ଜେଲ୍‌ରେ ୧୦୬ ଦିନ ରହିବା ପରେ ଗତକାଲି ଜାମିନରେ ଆସିଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପରିଚାଳିତ କେନ୍ଦ୍ର ସରକାର ଦେଶର ଅର୍ଥନୀତିର କୂଳକିନାରା ପାଉନାହାନ୍ତୀ ‌େବାଲି ସେ କହିଛନ୍ତି। ଚଳିତବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଯଦି ୫ ପ୍ରତିଶତ ଛୁଏଁ ତାହେଲେ ଭାରତ ବହୁତ ଭାଗ୍ୟବାନ ରହିବ।

ସରକାର କେବଳ ଅର୍ଥନୀତି ସଂକ୍ରାନ୍ତରେ ଅଜ୍ଞ ନାହାନ୍ତି। ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ଭଳି ଭୁଲକୁ ନେଇ ସରକାର ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଡ ଅରବିନ୍ଦ ସୁବ୍ରମଣ୍ୟନ୍‌ ଅର୍ଥନୀତି ଉପରେ ରଖିଥିବା ଟିପ୍ପଣୀକୁ ଚିଦମ୍ବରମ୍ ମନେପକାଇ ଦେଇଛନ୍ତି। ସେ କହିଛନ୍ତି ସୁବ୍ରମଣ୍ୟନ୍ କହିଥିଲେ, ବର୍ତ୍ତମାନର ସରକାରଙ୍କ ଅଧୀନରେ ୫ ପ୍ରତିଶତ ଅଭିବୃଦ୍ଧି ଅର୍ଥ ବାସ୍ତବରେ ଏହା ୫ ପ୍ରତିଶତ ନୁହେଁ ବରଂ ଏହାଠାରୁ ୧.୫ ପ୍ରତିଶତ କମ୍‌। ସରକାରଙ୍କ ସନ୍ଦେହଜନକ ପଦ୍ଧତିକୁ ଏଥିପାଇଁ ସୁବ୍ରମଣ୍ୟନ୍‌ ଦାୟୀ କରିଥିବା ଚିଦମ୍ବରମ୍ କହିଛନ୍ତି। ଅଭିବୃଦ୍ଧିର ତ୍ରୟମାସିକ ରିପୋର୍ଟକୁ ନେଇ ଯେଉଁ ସଂଖ୍ୟାମାନ ଆସିଛି ତାହାକୁ ଚିଦମ୍ବରମ୍ ଉଲ୍ଲେଖ କରିଛନ୍ତି।

Copyright © All rights reserved.