Sat. Feb 28th, 2026

କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି, ୧୦ଟି ଆସନରେ ବିଜେପି ଆଗୁଆ

1 min read
Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏବେ କ୍ଷମତାସୀନ ବିଜେପି ୧୦ଟି ଆସନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ ଓ ଜେଡିଏସ୍ ୨ଟି ଲେଖାଏଁ ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ଆଜି ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ଫଳାଫଳ ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ୟେଦୁରପ୍ପାଙ୍କୁ ସରକାରରେ ରହିବା ପାଇଁ ହେଲେ ଦଳକୁ ଅତିକମରେ ୬ଟି ଆସନରେ ବିଜୟୀ ହେବାକୁ ପଡ଼ିବ। ବିଜେପି ସହଜରେ ୬ଟି ଆସନରେ ବିଜୟୀ ହେବ ବୋଲି ବିଶ୍ବାସ ରଖିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବ। ଏହି ଫଳାଫଳ ହିଁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ଚାରି ମାସ ପୁରୁଣା ସରକାରର ଭବିଷ୍ୟତ ନିର୍ଣ୍ଣୟ କରିବ। ଚଳିତମାସ ୫ ତାରିଖରେ ୧୫ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୬୭.୯୧ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

Copyright © All rights reserved.