Wed. Jun 25th, 2025

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରାଯିବ

1 min read
Spread the love

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକରୁ ବିପୁଳ ପରିମାଣର ଋଣ ହଡ଼ପ କରି ବ୍ରି‌ଟେନ୍‌ ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କୁ ଖୁବ୍‌ଶୀଘ୍ର ଦେବାଳିଆ ଘୋଷଣା କରାଯାଉ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ଭାରତର ବ୍ୟାଙ୍କଗୁଡ଼ିକ ବ୍ରିଟେନ୍‌ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ମାଲ୍ୟାଙ୍କ ଆଇନଜୀବୀ କହିଥିଲେ ଯେ ତାଙ୍କର ଅଧିକାଂଶ ସମ୍ପତ୍ତି ଭାରତରେ ରହିଛି। ବିଦେଶରେ ବିଶେଷ ସମ୍ପତ୍ତି ନାହିଁ। କିନ୍ତୁ ଭାରତୀୟ ବ୍ୟାଙ୍କଗୁଡ଼ିକ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କୋର୍ଟଙ୍କୁ ଅବଗତ କରିଥିଲେ ଯେ ଫ୍ରାନ୍ସରେ ମାଲ୍ୟାଙ୍କ ଏକ ଭିଲ୍ଲା ଥିବା ବେଳେ ବ୍ରିଟିଶ ଭର୍ଜିନ ଦ୍ବୀପରେ ସମ୍ପତ୍ତି, କାରବୀୟ ଦ୍ବୀପ ସେଣ୍ଟ୍‌ କିଟସ୍‌ରେ ଏକ ଟ୍ରଷ୍ଟ୍‌ ଓ ମାଲ୍‌ଟାରେ ଇଣ୍ଡିଆନ୍ ଏମ୍ପ୍ରେସ୍‌ ସୁପର୍‌ ୟାଚ୍‌ ଭଳି ସମ୍ପତ୍ତି ରହିଛି। ମାଲ୍ୟାଙ୍କ ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକର ‌ବକେୟା ରାଶିଙ୍କୁ ତାଙ୍କ କ୍ଲାଏଣ୍ଟ୍‌ ଦେବାକୁ ଚାହୁଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ ଏଭଳି ସ୍ଥିତି ସୃଷ୍ଟି କରିଛନ୍ତି ଯେ ମାଲ୍ୟା ସେହି ଟଙ୍କା ଦେଇପାରୁନାହାନ୍ତି। ଦେଶବିଦେଶରେ ମାଲ୍ୟାଙ୍କ ଯେଉଁ ସମ୍ପତ୍ତି ରହିଛି ତାହାକୁ ଜବତ କରିବା ଲାଗି ପୂର୍ବରୁ ବ୍ରିଟେନ ହାଇକୋର୍ଟ ରାୟ ଦେଇଥିଲେ।

Copyright © All rights reserved.